କଳାହାଣ୍ଡି;୨୧/୦୪ : ଆଗାମୀ ୧୩ ତାରିଖରେ କଳାହାଣ୍ଡି ଜିଲ୍ଲରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଡୁଡୁକାଠେଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ବାଗ( ୪୬)ଙ୍କ ରବିବାର ବିଏଲଓ ଡ୍ୟୁଟି କରୁଥିବା ସମୟରେ ବନ୍ଧପଡା ଗାଁ ରେ ଦିନ ପ୍ରାୟ ୧୧ ଘଣ୍ଟା ପାଖାପାଖି ଅଂଶୁଘାତର ଶିକାର ହୋଇ ଅସୁସ୍ଥ ଓ ଗୁରୁତର ହୋଇ ଘରକୁ ଫେରିବା ପରେ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରବଳ ଖରା କାରଣରୁ ଅଂଶୁଘାତ ର ଶିକାର ହୋଇ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ