February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଷ୍ଟ୍ରେଚରରେ ରୋଗୀ ବୁହାହେବା ଘଟଣା, ବିଳମ୍ବିତ ଚିକିତ୍ସାରୁ ଆଖି ବୁଜିଲେ ରୋଗୀ


ମୋ ଟିଭି ଓଡିଶା / ଆଗରପଡ଼ା,ତା୨୦/୯:

ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ରୋଗୀଙ୍କୁ ଷ୍ଟ୍ରେଚରରେ ଗାଁରୁ ଅଣାଯାଇ ପରେ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗାଁରୁ ପ୍ରାୟ ୧କିମି ରାସ୍ତା ଅଣାଯିବା ଯୋଗୁଁ ଚିକିତ୍ସାରେ ବିଳମ୍ବ ଘଟିଥିଲା । ଶେଷରେ ବିଳମ୍ବିତ ଚିକିତ୍ସାରୁ ଆଖି ବୁଜିଲେ ରୋଗୀ ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନାରୁ ପ୍ରକାଶ ବୃନ୍ଦାବନପୁର ଗ୍ରାମର ଏକା ବାରିକ(୫୫)ନାମକ ଜଣେ ରୋଗୀ ଦୀର୍ଘ ୨ବର୍ଷରୁ ଉର୍ଦ୍ଦ ହେବ ଅସୁସ୍ଥତା କାରଣରୁ ଶଯ୍ୟାସାୟୀ ହୋଇ ଘରୋଇ ଚିକିତ୍ସାରେ ରହିଥିଲେ । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଜିଳ୍ଲା ମୁଖ୍ୟ ଚିକିତ୍ସଳେୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ରାସ୍ତା ଅବସ୍ଥା ଶୋଚନୀୟ ହେତୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ସମ୍ଭବପର ହୋଇପାରି ନଥିବାରୁ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଘରପାଖରୁ ପ୍ରାୟ ୧କିମି ରାସ୍ତା ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ଆଣି ଅପେକ୍ଷାରତ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଏହି ଭିତରେ ବହୁ ସମୟ ଅତିକ୍ରାନ୍ତ କରିଯାଇଥିଲା । ତେଣୁ ବିଳମ୍ବରେ ଏକା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିେଲେ । ଏବଂ ଚିକିତ୍ସାଧିନ ଅବସ୍ଥାରେ ଏକାଙ୍କ ଜିବନ ଚାଲିଗଲା । ଶୁକ୍ରବାର ଏକ ଶୋକାକୁଳ ପରିବେଶରେ ମୃତ ଶରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିବା ଜଣାପଡ଼ିଛି ।

ଏକାଙ୍କ ବିଧବା ପତ୍ନୀ ସମେତ ୨ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଝିଅ ୨ଜଣଙ୍କ ବିଭାଘର ହୋଇଯାଇଥିବା ବେଳେ ନାବାଳକ ପୁଅଟି ଘରର ଆର୍ôଥକ ପରିସ୍ଥିତି ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଛି । ତେଣୁ ଏକାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ସହାୟତା ଯୋଗାଇ ଦେବା ସହିତ ବିଭାଗ ନିର୍ମାଣାଧିନ ରାସ୍ତାରେ ଟାଳଟୁଳ ନିତି ଅବଲମ୍ବନ ନକରି ନିର୍ମାଣାଧିନ ରାସ୍ତାଟିକୁ ଗମନାଗମନ ଉପଯୋଗୀ କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।