January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାତିରେ ରାଜଧାନୀରେ ଝିଅମାନେ କାହିଁକି ବୁଲିପାରିବେନି ? ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଭରତପୁର ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ରାଜ୍ୟ ପୁଲିସ ବିଭାଗ ଏବଂ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀବାଦୀ ନେତ୍ରୀ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଟିଏ ପ୍ରଶ୍ନ କରିଛନ୍ତି। ରାତିରେ ରାଜଧାନୀରେ ଝିଅମାନେ କାହିଁକି ବୁଲି ପାରିବେନି ବୋଲି ସେ ପଚାରିଛନ୍ତି।

କ୍ରିଷ୍ଣା ତାଙ୍କ ଚିଠିରେ ଲେଖିଛନ୍ତି, ଜଣେ ଝିଅ ପ୍ରତି ପୁଲିସର ବର୍ବର ଆଚରଣ ଦେଖି ସେ ସ୍ତବ୍ଧ ହୋଇଯାଇଛନ୍ତି। ପୁଲିସ ବର୍ବର ଆଚରଣ କରିଥିବା ସେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଲେ। ଓଡ଼ିଶାର ରାଜଧାନୀ ଛାତି ଉପରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଲା। ଏଥିରେ କ’ଣ ମୁଁ ଓ ଆପଣ ନିଜକୁ ସ୍ଵାଧୀନ ବୋଲି କହିପାରିବା ?

ରାତିରେ ରାଜଧାନୀରେ ଝିଅମାନେ କାହିଁକି ବୁଲିପାରିବେନି ? ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ଭରତପୁର ଘଟଣା ପରେ ଆପଣ ଏବଂ ମୁଁ ନିଜକୁ ସ୍ଵାଧୀନ ବୋଲି କହିପାରିବା କି ? ଏହି ଘଟଣା ପରେ ମହାତ୍ମାଙ୍କ ଆତ୍ମା କାନ୍ଦୁଥିବ ନିଶ୍ଚୟ ବୋଲି କ୍ରିଷ୍ଣା କହିଛନ୍ତି। ସେ ଆହୁରି କହିଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଅନେକ ଆଶା ରଖିଛି ବୋଲି ସେ ଚିଠିରେ ଲେଖିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।