ମୋ ଟିଭି ଓଡିଶା / ଆଗରପଡ଼ା,ତା୨୧/୯:
କୃଷ୍ଣଚନ୍ଦ୍ର ଜେନା ସ୍ମୃତି ସଂସଦ ପକ୍ଷରୁ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତଙ୍କ ସଭପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ଗଣେଷ ପ୍ରସାଦ କରଶର୍ମା ଓ ସ୍ୱର୍ଗତ ଜେନାଙ୍କ ସୁଯୋଗ୍ୟ ପୁତ୍ର ହରିଶ୍ଚନ୍ଦ୍ର ଜେନା ଯୋଗ ଦାନ କରିଥିଲେ । ଏହି ଅବସରରେ ୯ମ ଶ୍ରେଣୀ ଛାତ୍ରୀ ଅଳକା ପଣ୍ଡାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।
ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶାଲତା ରାଜ,ବନଲତା ଦାସ,ସସ୍ମିତା ଦାସ,ସୁଷମା ମଲ୍ଲିକ,ଜାନକୀ ପାଲଙ୍କ ସମେତ ଅଫିସ ସହାୟକ ଆଲୋକ ରଂଜନ ମୁଖାର୍ଜୀ,ବିଣାବାଣୀ ବେହେରା ଓ ମନ୍ମଥ ଯେନା ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ