ସୁନ୍ଦରଗଡ଼, ୨୧/୦୪: ହେମଗିର ବ୍ଲକ ପରିସରରେ ଆଜି ବୁଥ ସ୍ତରୀୟ ଅଧିକାରୀ ଏବଂ ସେକ୍ଟର ଅଫିସର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୪ ଜଣ ସେକ୍ଟର ଅଫିସର ଓ ୮୬ ଗୋଟି ବୁଥ ର ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ବିଶେଷତଃ ଭୋଟର ସଚେତନତା ସୃଷ୍ଟି, ଘର କୁ ଘର ବୁଲି ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା ତାଲିମ ଦିଆଯାଇଥିଲା।

ସେହିପରି ଭୋଟ ଗ୍ରହଣ ପୂର୍ବ ଦିନ ର କାର୍ଯ୍ୟ କଣ ରହିବ ଏବଂ ମତଦାନ ଦିନରେ ସେମାନଙ୍କର କଣ କାର୍ଯ୍ୟ ରହିବ ସେ ସମ୍ପକରେ ତାଲିମ ପ୍ରଦାନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାକୁ କିଭଳି ଭାବେ ନିର୍ଭୁଲ , ସ୍ୱଚ୍ଛ ତଥା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବେ ତାହା ଉପରେ ଗୁରୁତ୍ଵାରୋପ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ହେମଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ, ତହସିଲଦାର ଶ୍ରୀ ଲାବନେନ୍ଦୁ ମହାନ୍ତି ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ