ଗଦାପୁର ଅଞ୍ଚଳରେ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଠପ : ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ
ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକ ମାତ୍ର ସାହା ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।
ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ଏକାଧିକ ସ୍ଥାନରେ ପାଣି ଯୋଗାଣ ପାଇଁ ପାଇପ ବିଛାଇବା କାର୍ଯ୍ୟ ଚାଲିଛି। ଏଥିପାଇଁ ଜେସିବି ମାଧ୍ୟମରେ ଖୋଳାଯାଇ ପାଇପ ବିଛାଯାଉଛି ତେବେ ପୁଇଗୁଡ଼ା ଘାଟିରେ ବିଏସଏନଏଲ ବିଭାଗର ଓଏଫସି (ଅଫଟିକ ଫାଇବାର କେବୁଲ )ଗୁଡିକ କଟିଯିବାରୁ ଗଦାପୁରକୁ ବିଏସଏନଏଲ ସଂଯୋଗ ବିଛିନ୍ନ ହୋଇଯାଇଛି। ରବିବାର ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ପାଇପ ବିଛାଯାଉଥିବା କାର୍ଯ୍ୟସ୍ଥଳକୁ ଆସି କେବୁଲ କାଟିଦେଇଥିବା ଜେସିବି କାର୍ଯ୍ୟ ବନ୍ଦ କରିଛନ୍ତି ।
ଏହି ସମୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଅଞ୍ଚଳର ସଞ୍ଜୀବ ଦେଓଙ୍କ ସମେତ ଦମନିକ ଉଠାଣ ସିଂ,ସୁରେଶ କୁମାର ସାହୁ, ସୀମାଦ୍ରୀ ଦେଓ, ଭୀମ ସେନ ମଣ୍ଡଳ, ମହେଶ୍ୱର ପାତ୍ର, ଶିବରାମ ସେଠିଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଖବର ଲେଖିବା ସୁଦ୍ଧା କେହି ପ୍ରଶାସନ କିମ୍ବା ବିଏସଏନଏଲର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ସେମାନଙ୍କ ଅଭିଯୋଗ ଯେ ଗତ ୫ ଦିନ ହେଲା ମୋ ସେବାକେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଗୁଡିକରେ କାର୍ଯ୍ୟବନ୍ଦ ହୋଇଯାଇଛି ।
ବିଶେଷ କରି ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରିପାରୁନଥିବା ବେଳେ ଆଧାର ସଂଶୋଧନ, ବ୍ୟାଙ୍କରୁ ଟଙ୍କା ନେଣ ଦେଣରେ ବାଧାସୃଷ୍ଟି ହୋଇଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନେଟୱାର୍କ କୁ ସଚଳ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।