କଳାହାଣ୍ଡି:୨୧/୦୪ : କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୈଦଲପୁର ଥାନା ଅନ୍ତର୍ଗତ ଖଡକାପଦର ଗ୍ରାମ ନିକଟ ୨୬ ନଂ ଜାତୀୟ ରାଜପଥ ବୁଲାଣି ନିକଟରେ ଆଜି ଅପରାହ୍ନ ୫ଟା ବେଳେ ଏକ ବାଜା ଗାଡି ପିକଅପ(ସିଜି ୧୭ଡି ୨୦୧୬)ଓ ଏକ କାର (ଓଡ଼ି୦୮ ଭି ୨୦୭୭)ମଧ୍ୟରେ ଧକ୍କା ହୋଇ ବାଜା ଗାଡି ଓଲଟି ପଡିଥିଲା l ଫଳରେ ବାଜା ଗାଡି ରେ ଥିବା ୬ ଜଣ ଆହତ ହୋଇଥିଲେ l

ସେମାନେ ହେଲେ, କମଲେଶ କାଶ୍ୟପ, ବିଜୟ ବାଘେଲ, ମୁନା କାଶ୍ୟପ, ଶିବ କାଶ୍ୟପ, ପର୍ଶୁ ଭତରା ଓ ହରି ପୂଜାରୀ l ସୂଚନା ଅନୁସାରେ, କୋଷାଗୁମୁଡା ବ୍ଲକ ମାଝୀଧନୁଆଁ ପଂଚାୟତ ର ଆଉଳି ଗାଁ ରୁ ବିବାହ କାର୍ଯ୍ୟ ରେ ଆମପାଣି ଥାନା ସର୍ଗୀଗୁଡା କୁ ଯାଉଥିବା ବେଳେ ଖଡକାପଦର ନିକଟ ବୁଲାଣି ରେ ଏକ ବାଇକ କୁ ବଞ୍ଚାଇବା କୁ ଯାଇ ଅପର ପାର୍ଶ୍ଵ ଖଡ଼ିଆଳ ରୁ ଜୟପୁର କୁ ଆସୁଥିବା କାର କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୁ ଓଲଟି ପଡିଥିଲା l ଏଥିରେ ୬ ଜଣ ଆହତ ହୋଇଥିଲେ l ସେମାନଙ୍କୁ ମୈଦଲପୁର ମେଡିକାଲ ରେ ପ୍ରାଥମିକ ଚିକିତ୍ସା କରାଯାଇଛି l ସେଥିମଧ୍ୟରୁ ପର୍ଶୁ ର ଅବସ୍ଥା ଗୁରୁତର ଥିବା ରୁ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଚିକିତ୍ସାଧୀନ ଅବସ୍ଥା ରେ ପର୍ଶୁ ମୃତ୍ୟୁବରଣ କରିଥିବା ନେଇ ଥାନା ଏସଆଇ ବିପିନ କୁମାର କୁଲଦୀପ ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ମୈଦଲପୁର ପୋଲିସ ପହଂଚି ତଦନ୍ତ କରୁଛି l
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ