February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିପୁଳ ପରିମାଣର ଗଂଜେଇ ଭର୍ତ୍ତି କାର ଜବତ ଦୁଇ ଅଟକ।

ଖୋର୍ଦ୍ଧା : ୨୨/୦୪ : ପାଖେଇ ଆସୁଛି ୨୦୨୪ନିର୍ବାଚନ।ନିର୍ବାଚନ କୁ ଆଖି ଆଗରେ ରଖି ସକ୍ରିୟ ହୋଇଛନ୍ତି ନିଶା ବେପାରୀ।ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧିନସ୍ଥ ନୂଆ ଜଗନ୍ନାଥ ସଡକ ଦେଇ ନିଶା ବେପାରୀ ମାନେ ବେଧଡକ ଭାବରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଛନ୍ତି।ସୂଚନାରୁ ଜଣାପଡିଛି ଆଜି ଅପରାହ୍ନ ରେ ଗୋଟିଏ ଦାମି କାରରେ ବିପୁଳ ପରିମାଣର ଗଂଜେଇ ନୂଆ ଜଗନ୍ନାଥ ସଡକ ଦେଇ ପୁରୀକୁ ଚୋରାଚାଲାଣ ହେଉଥିବା ବେଳେ କାରଟି ଲେଣ୍ଡୋ ଗାଁ ଛକ ନିକଟରେ ଏକ ମୋଟର ସାଇକେଲକୁ ସାଇଟରୁ ଧକ୍କା ଦେବାରେ କାରରେ ଥିବା ବ୍ୟକ୍ତି ଓ ମୋଟର ସାଇକେଲ ଚାଳକ ମଧ୍ୟରେ ଯୁକ୍ତିତର୍କ ହୋଇ ମାଡପିଟ ହୋଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିବା ଉଭୟଙ୍କ ଗାଡି ଜବତ କରି ଅଟକ ରଖି ନିରାକାରପୁର ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ କାରରେ ଥିବା ବ୍ୟକ୍ତି ଫେରାର ହୋଇଯାଇଥିଲେ। ପୋଲିସ ମୋଟର ସାଇକେଲରେ ଥିବା ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। କାରର ଡିକି ଖୋଲି ପୋଲିସ ଦେଖିଲା ପରେ ସେଥିରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ହୋଇଥିବା ଜଣାପଡିଛି। ଜବତ ଗଂଜେଇ କିଏ କେଉଁଠି କୁ ଚାଲାଣ କରୁଥିଲା ବେପାରୀ ମାନେ କେଉଁ ଅଂଚଳର ପୋଲିସ ପାଖରେ ସୂଚନା ନଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।