ବାଲିଗୁଡ଼ା: (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା ।ଏଏନ୍ଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ଏଏନ୍ଏମଙ୍କ କ୍ୱାର୍ଟର ଭିତରେ ଏଏନ୍ଏମ ଙ୍କ ଓଢଣୀ ଲଗାଇ ପୁରୁଷ ବନ୍ଧୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଏଏନ୍ଏମଙ୍କୁ ଗୁରୁତର ଅବସ୍ଥାରେ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି ପୋଲିସ୍ । ମୃତକ ଜଣକ ଭୁବନେଶ୍ଵର ବନମାଳୀପୁର ଅଞ୍ଚଳର ଜଗନ୍ନାଥ ବେହେରା ହୋଇଥିବା ସୂଚନା ମିଳିଛି ।
ତେବେ ପୁରୁଷ ବନ୍ଧୁ ଜଣଙ୍କ ସହ ଏଏନ୍ଏମଙ୍କ କ’ଣ ସମ୍ପର୍କ ଥିଲା ଏବଂ ସେ କାହିଁକି ଏଠାକୁ ଆସିଥିଲେ ? ଅନ୍ୟପଟେ କ’ଣ ଏମିତି ଘଟିଲା ଯେ ଜଗନ୍ନାଥ ଏଏନ୍ଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ସେ ନିଜେ ନିଜ ଜୀବନ କାହିଁକି ହାରିଲେ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମସ୍ତ ତଥ୍ୟକୁ ନେଇ କ.ନୁଆଗାଁ ପୋଲିସ୍ ଘଟଣାର ଛାନଭିନ୍ ଚଳାଇଛି ।
ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଁଚି ଅଧିକ ତଦନ୍ତ କରିଥିବା ବେଳେ ମୃତକଙ୍କ ପରିବାର ଲୋକେ ମଧ୍ୟ କ.ନୁଆଗାଁ ଥାନାରେ ପହଁଚିଛନ୍ତି । ସେପଟେ ଘଟଣା ସମ୍ପର୍କରେ ଏଏନ୍ଏମ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଘଟଣାର ତଦନ୍ତ ସରିବା ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି କ. ନୂଆଗାଁ ପୋଲିସ ପ୍ରକାଶ କରିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।