ମୋ ଟିଭି ଓଡିଶା / ଭୁବନେଶ୍ୱର :
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ମିଶାଯାଇଥିବା ଘଟଣା ସାରା ବିଶ୍ଵରେ ହଇଚଇ ସୃଷ୍ଟି କରିଛି। କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ଵାସ ଦୋହଲି ଯାଇଛି।
ଏହି ପରିପ୍ରେକ୍ଷୀରେ ଓଡିଶାର ସବୁ ମନ୍ଦିରରେ ଓମଫେଡ୍ ଦ୍ଵାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏ ନେଇ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଓମଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କ ଅତୁଟ ଆସ୍ଥା ଓ ବିଶ୍ଵାସକୁ ସମ୍ମାନ ଦିଆଯାଇପାରିବ।
ଏହାବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ। ଓ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ। ଗୋଟେପଟେ ରାଜ୍ୟରେ କୋଟି କୋଟି ଭକ୍ତଙ୍କ ଆସ୍ଥା ବିଶ୍ଵାସ ଏବଂ ଅନ୍ୟପଟେ ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ନେଇ ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବାକୁ ଶ୍ରୀବେହେରା ଦାବି କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।