MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ


ବାଲିଗୁଡା :(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆହ୍ବାନକ୍ରମେ ରାଜ୍ୟରେ ନର୍ସିଂ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିବାବେଳେ ବୁଧବାର ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀମାନେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଛନ୍ତି।

ସେମାନଙ୍କ ଦାବିଗୁଡିକ ହେଲା ୧୩.୧୧.୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଦେବାସହ ସମସ୍ତ ଆର୍ଥିକ ସହାୟତା ଯୋଗାଇବା, ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା ସହ ଆବଶ୍ୟକ ଥିବା ସ୍ଥିରୀକୃତ ସମୟକୁ କମ୍ କରି ୧୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ ଅଫିସରଙ୍କୁ ଏକକାଳୀନ ଦୁଇଟି ପଦୋନ୍ନତି ଦିଆଯାଉ, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ବିଭିନ୍ନ ସରକାରୀ ଡାକ୍ତରଖାନା ରେ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଉ, ଅନ୍ୟ ରାଜ୍ୟ ଭଳି ଏନଏଚଏମ ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓଙ୍କୁ ନିଯୁକ୍ତି ଦିଆଯାଉ।

ଏହା ବ୍ୟତୀତ ନିୟମିତ ହୋଇନଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯାଉ l ନର୍ସିଂ ଅଫିସରମାନଙ୍କ ଡ୍ରେସ କୋଡ ପରିବର୍ତ୍ତନ କରାଯାଉ, ଆଉଟସୋର୍ସିଂ ଏଜେଣ୍ଟ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ l କେବିକେ ଓ କେବିକେ+ ଏବଂ ଆଦିବାସୀ କଠିନ ପ୍ଲାନ ଅଞ୍ଚଳରେ ନିୟୋଜିତ ନର୍ସିଂ କର୍ମଚାରୀଙ୍କୁ ସ୍ଥାନଭିତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ।

ଜରୁରୀକାଳୀନ ସେବାରେ ଯେହେତୁ ନର୍ସିଂ କର୍ମଚାରୀମାନେ ନିୟୋଜନ ଥାଆନ୍ତି, ତେଣୁ ସରକାରୀ ଭାବେ ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି/ଦରମା ପ୍ରଦାନ କରାଯିବା ସହ ଏ ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶାନାମା ଜାରି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।