January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ:
ସଚେତନତା ଅଭାବରୁ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ବଢୁଛି ଅସନ୍ତୋଷ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଏନ୍‌ଏସି ପକ୍ଷରୁ ଗତ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚଳିବାକୁ ରହିଥିବା ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ପ୍ରହସନ ରେ ପରିଣତ ହୋଇଛି ।

ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକ ଙ୍କ ଚିଠି ଅନୁଯାୟୀ ସହର ରେ ରହିଥିବା ୧୩ ୱାର୍ଡ଼ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ସମସ୍ତ ଜନପ୍ରତିନିଧି , ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ଛାତ୍ରଛାତ୍ରୀ, ଯୁବକ ଓ କର୍ମଚାରୀ ସାମିଲ ନେଇ ସଫେଇ ସହ ସଚେତନତା ରାଲି ସହ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିୟମ ରହିଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କେବଳ କିଛି ସରକାରୀ କାର୍ଯ୍ୟଳୟ କୁ ଯାଇ ନିଜେ ନିଜେ କିଛି ସଫେଇ ଓ କାର୍ଯ୍ୟାଳୟର କିଛି କର୍ମଚାରୀ ଙ୍କୁ ଧରି କାମ ଫୋଟ ଉଠାଇ କାମ ସାରିଦେଇଛନ୍ତି । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଟି ସାର୍ଟ ଓ ଟୋପି କୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ପିନ୍ଧି ଫୋଟ ଉଠାଇ ଅପଲୋଡ କରି କାମ ସାରି ଦେଉଛନ୍ତି । ସହର ମଧ୍ୟରେ ଲୋକଙ୍କୁ ସଚେତନ କରା ଯାଉନଥିବାରୁ ପରିବେଶକୁ ଅପରିଷ୍କାର କରୁଛନ୍ତି । ଦିନକୁ ଦିନ ପଲିଥିନ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକେ ପଲିଥିନ ଗୁଡିକୁ ଏଣେତେଣେ ବିଭିନ୍ନ ଜିନିଷ ପକାଇ ସହର କୁ ଅପରିଷ୍କାର କରୁଛନ୍ତି ।

ଏ ସମ୍ପର୍କ ରେ ଏନଏସି ପରିମଳ ଅଧିକାରୀ ଜୟପାଲ ବଳିଆର ସିଂ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ଙ୍କୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ -୨୦୨୪ ସମ୍ପର୍କ ରେ ପଚାରିବାର ସେ କହିଛନ୍ତି ଏହା ଏକ ଛୋଟିଆ କାର୍ଯ୍ୟକ୍ରମ ଏଣୁ କାହାରିକୁ ଡକାଯାଇ ନାହିଁ କେବଳ ଆମେ ଫୋଟ ଉଠାଇ ଅପଲୋଡ କରିଦେଲେ ହେଲା । ତେବେ ଏବେ ସରକାରଙ୍କ ଯୋଜନା କଣ ରଙ୍ଗ ବଦଳା ଓ ଫୋଟ ଉଠାଇ ପ୍ରଚାର ସର୍ବସ୍ଵ ହୋଇଯାଇଛି କି ବୋଲି ପ୍ରଶ୍ନ ଉଠିଛି । ତେବେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ ହୋଇଥିବା ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।