January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୮/୦୯


ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା,କ୍ରୀଡ଼ା କେବଳ ଶାରୀରିକ ବିକାଶରେ ସହାୟକ ହୁଏନାହିଁ, ଏହା ଆମକୁ ଶୃଙ୍ଖଳିତ ଜୀବନ ଜୀଇଁବାର କଳା ଶିଖାଇ ଥାଏ ବୋଲି ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ମତ ପ୍ରକାଶ ପାଇଛି। ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଖେଳ ଶିକ୍ଷକ, ଶିକ୍ଷୟତ୍ରୀ ବେହେରା ଦନ୍ତେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ଭବ୍ୟ ମଶାଲଯାତ୍ରାରେ ବାହାରି ଖେଳପଡ଼ିଆକୁ ପହଞ୍ଚିଥିଲେ। ଧର୍ମଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ପଙ୍କଜିନୀ ମାଝୀଙ୍କ ଅଧ୍ୟକ୍ଷତାରେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ଉଦଘାଟନ କରିଥିଲେ।

ଧର୍ମଗଡ଼ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଶିକ୍ଷାବିତ ତୁଳସୀରାମ ବାରିକ, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, କ୍ଷୀତିରାମ ସାହୁ, ଶାରିରୀକ ଶିକ୍ଷକ ସଂଘ ସଭାପତି ବରୁଣ ଭଇଁସାଲ, ସଂପାଦକ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବେହେରା ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୁପେନ୍ଦ୍ର ବାଣୁଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରିରୀକ ଶିକ୍ଷକମାନେ ସହଯୋଗ କରିଥିଲେ। ଏହି ଅବସରରେ ବ୍ଲକର ୨୮ଗୋଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଶ୍ରବଣ ଜାଲ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ଶିକ୍ଷକ ଚକ୍ରଧର ବାରିକ, ଜିତେନ୍ଦ୍ର ନାଏକ, ରାଜେନ୍ଦ୍ର ଭୋଇ, ପ୍ରେମଲାଲ କାଣ୍ଡ, ନରେନ୍ଦ୍ର ନାଏକ, କୃପାସିନ୍ଧୁ ବେହେରା, ଚନ୍ଦନ କୁମାର ରାଉତ, ସ୍ମୃତି ରଞ୍ଜନ ନାଏକ, ହରେକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସୌରଭ ସାହୁ, ହରେକୃଷ୍ଣ ନାଏକ, ମୋନାଲିସା ନାଏକ, ସୁଜାତା ବାଗ, କ୍ଷୀତିସୂତା ମାଝୀ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।