ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ, ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ।
ମୋ ଟିଭି ଓଡିଶା / କଳାହାଣ୍ଡି : ୨୯/୦୯
ନୂଆଁଖାଇ ଗଣପର୍ବ ଶେଷ ହୋଇଛି, ହେଲେ ନୂଆଁଖାଇ ପର୍ଵ ପରେ ବିଭିନ୍ନ ସମାଜ ଓ ସାମାଜିକ ସଂଗଠନ ପକ୍ଷରୁ ଜାରି ରହିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟର ଆୟେଜନ କରି ସମାଜ ର ବନ୍ଧୁ ବର୍ଗ ପରିଜନ କୁ ନେଇ ସମ୍ପର୍କ ଯୋଡ଼ିସମାଜ ସଂଗଠନ ଏକତ୍ରିତ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ର ୪୨ ଖଣ୍ଡ ଗ୍ରାମର ବସ୍ତର ଜିଲ୍ଲା ୫ ଖଣ୍ଡ ଓ କଳାହାଣ୍ଡି ଜିଲ୍ଲାର୨୨ ଖଣ୍ଡ ଗ୍ରାମର ୫୬୫ ପରିବାର ଲଡୁକରିଆ ମାଝୀ ବଂଶଜ ର ପ୍ରାୟ ୨୦୦୦ ଲୋକ ସାମିଲ ହୋଇ ଭାଇଚାରା ର ନିଦର୍ଶନ ଦେଖାଇଛନ୍ତି। ଏକ ନୂଆଁଖାଇ ଭେଟ ପାଇଁ ଜୟପାଟଣା ବ୍ଲକ ରେଙ୍ଗାଲପାଲି ଧାନମଣ୍ଡି ରେ କଳାହାଣ୍ଡି ଭତରା ସମାଜ ର ଲଡୁକରିଆ ମାଝୀ ବଂଶଜ ଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମାଜ ର ଆରଧ୍ୟ ଦେବ ଭୈରବ ଦେବ ଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଥିବା ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ ।
ମାଝୀ ବଂଶୀୟ ମୁଖ୍ୟ କର୍ମକର୍ତ୍ତା ବନମାଳି ମାଝୀଙ୍କ ଉପସ୍ଥିତ ରେ ବଂଶୀୟ ସମ୍ପାଦକ ମହେନ୍ଦ୍ର ମାଝୀ ଅତିଥି ପରିଚୟ ଲଡୁକରିଆ ମାଝୀ ବଂଶଜ ସଭାପତି ତୋଫାନ ମାଝୀ ସ୍ବାଗତ ଭାଷଣ ଦେଇ ଥିବା ବେଳେ ନବରଙ୍ଗପୁର ର ବ୍ଲକ ପୂର୍ବତନ ଚେୟାରମେନ ଭାଗିରଥି ନାଏକ ମୁଖ୍ୟ ଅତିଥି , ପୂର୍ବତନ ଜିଲ୍ଲା ସଭାପତି ନିଳକଣ୍ଠ ମାଝୀ ମୁଖ୍ୟ ବକ୍ତା,ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଭାପତି ଗରୁଡ଼ ଧ୍ୱଜ ମାଝୀ, ଇନ୍ଦ୍ରାବତୀ ବାମ ମୁଖ୍ୟକେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଭତରା ସମାଜ ର ଜିଲ୍ଲା ସଂପାଦକ ଋତୁରାଜ ମାଝୀ, ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଆଞ୍ଚଳିକ ସଭାପତି ଗୋପାଳକୃଷ୍ଣ ପୁଝାରୀ, ଭତରା ସମାଜ ର ଜୟପାଟଣା ବ୍ଲକ ସଭାପତି ରଣସାଏ ପାତ୍ର, ନାଟ୍ୟଗୁର କବି କ୍ଷୀରୋଦ ମାଝୀ, ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଚକାଡୋଳା ପାତ୍ର, ଗୋପୀଚନ୍ ନାଏକ , ମନ୍ ମାଝୀ, ବିଜୟ ଦିଶାରୀ, ବଂଶୀଧର ଚଲାନ, ଅନ୍ତ ବାଣୁଆ, ରାଜୀବ ମାଝୀ,ରାଧାକାନ୍ତ ମାଝୀ ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l
କୋଷାଧ୍ୟକ୍ଷ ବିନୋଦ ମାଝୀ, ଜିତେନ୍ଦ୍ର ମାଝୀ,ବନ ମାଝୀ , ଭଗବାନ ମାଝୀ, ବିଷ ମାଝୀ, ଟିକେଶ୍ୱର ମାଝୀ, ଯଦୁମଣି ମାଝୀ, ମଧୁସୂଦନ ମାଝୀ, ସୁଦର୍ଶନ ମାଝୀ , ଟିକେ ମଣି ମାଝୀ , କିଶୋର ମାଝୀ, ମୋହନ ମାଝୀ, ଟିକେଚନ ମାଝୀ, ଦୁର୍ଯ୍ୟୋଧନ ମାଝୀ, ସୁଦର୍ଶନ ମାଝୀ, ସନ୍ତୋଷ ମାଝୀ, ରଘୁ ମାଝୀ , ରେଶର ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଝୀ ବଂଶଜ ଝିଅ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।