February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ସିଟି ସ୍କୁଲ ରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

ମୋ ଟିଭି ଓଡିଶା / କଳାହାଣ୍ଡି : ୩୦/୦୯
ରିପୋର୍ଟ-ସନତ ପ୍ରଧାନୀ


କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସିଟି ସ୍କୁଲ ରେ ସୋମବାର ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚୋକମା, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ତଥା ଧର୍ମଗଡ ସିଟି ସ୍କୁଲ ଦାୟିତ୍ୱପ୍ରାପ୍ତ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଜାତୀୟ ଶିକ୍ଷା ନୀତି ଆଧାରରେ ନିପୁଣ ଓଡିଶା ମିଶନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ତରରେ ସୁନିଶ୍ଚିତ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟ ରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର କୌଶଳ କୁ ସୁନିଶ୍ଚିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଅପରିହାର୍ଯ୍ୟ ଯେପରିକି ୨୦୨୬-୨୭ ସୁଦ୍ଧା ଛାତ୍ର ଛାତ୍ରୀ ମାନେ ଯେପରି ତାଙ୍କର ଶ୍ରେଣୀ ଭିତ୍ତିକ ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।

ସମସ୍ତ କାର୍ଯ୍ୟକ୍ରମ କୁ ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରେଣୀ ଗୃହ ଅଭାବ, ଶିକ୍ଷକ ଅଭାବ,ବିପଦ ପୂର୍ଣ୍ଣ ଶ୍ରେଣୀ ଗୃହ ଭଳି ବିଦ୍ୟାଳୟ ଗୁଡିକରେ ଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ସିଆରସିସି ମାନେ ଏବଂ ପ୍ରଧାନଶିକ୍ଷକ ମାନେ ଉପଜିଲ୍ଲାପାଳ ଙ୍କ ନିକଟରେ ଅବଗତ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।