ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଅଂଚଳରେ ୧୮ଟିକିଆ ହାତୀପଲ ଉପଦ୍ରବ । ଗତ ୪/୫ଦିନ ଧରି ନୟାଗଡ ବନଖଣ୍ଡ ଅଂଚଳୁରୁ ୧୮ଟି ହାତୀ ଟାଙ୍ଗି ରେଞ୍ଜ ନାଲସିଂହ,କମାଗୁରୁ ଟାଙ୍କୋଳ ଗ୍ରାମ ନିକଟସ୍ଥ ଅଂଚଳରେ ଉପଦ୍ରବ କରୁଛନ୍ତି ।
ଖୋର୍ଦ୍ଧା ବନବିଭାଗ ହାତୀକୁ ଘୋଉଡେଇବାପାଇ ଉଦ୍ୟମ କରୁଥିବାବେଳେ ହାତୀକୁ ଜଂଗଲ ମଧ୍ୟକୁ ତଡିବାରେ ବିଫଳ ହୋଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତକାଲି ରାତିରେ ୧୮ଟିକିଆ ହାତୀପଲ ଜଂଗଲ ରୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମ ନିକଟକୁ ମାଡିଆସି ଧାନଫସଲ ଜମିରେ ପଶି ଦଳିଚକଡି ଖାଇ ଉପଦ୍ରବ କରୁଛନ୍ତି।
ଚାଷୀଧାର କରଜ କରି ଧାନ ଫସଲକରିଥିବା ବେଳେ ହାତୀ ଫସଲ ନଷ୍ଟ କରିବା ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ। ଗତକାଲି ସଂନ୍ଧ୍ୟା ସମୟରେ ହାତୀପଲ ଗାଁ ନିକଟକୁ ପଳାଇ ଆସିବାରୁ ବନ ବିଭାଗର ଉଚ୍ଚ କର୍ତୃପକ୍ଷ୍ୟ ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ବିଛିନ୍ନ କରାଯାଇଥିଲା ଲୋକମାନେ ଘରେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ରାତିରେ ଖୋର୍ଦ୍ଧା ଡିଏଫ ଓ ନିଜେ ବନ କର୍ମଚାରୀ ମାନଙ୍କୁ ଧରି ହାତୀର ଗତିବିଧି ଲକ୍ଷ କରିବାକୁ ଟାଙ୍କୋଳ ଗ୍ରାମକୁ ଯାଇଥିବା ବେଳେ ସ୍ଥାନୀୟ ଟାଙ୍କୋଳ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ବନବିଭାଗ ଡିଏଫଓ ଓ ବନବିଭାଗ ର କର୍ମଚାରୀ ମାନଙ୍କ ସହିତ ହାତୀ ଉପଦ୍ରବ ନେଇ ଯୁକ୍ତିତର୍କ ପରେ ଠେଲାପେଲା ମାଡ ମାରିଥିବା ନେଇ ବନବିଭାଗ ପକ୍ଷରୁ ଜଂକିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।