MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗା’।

ଦର୍ଶକଙ୍କୁ ଦଶହରା ଭେଟି । ଅକ୍ଟୋବର ୯ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗା’। ତ୍ୟାଗ ଓ ସମର୍ପଣ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପରଦାକୁ ଆସୁଛି । ରାଜ୍ୟରେ ଫିଲ୍ମ ହଲର ଅଭାବ ସହ ପ୍ରତିଯୋଗିତାମୂଳକ ଭାବେ ୪ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ଆସୁଥିବାବେଳେ ପୁରୀରେ ଏହି ଚଳଚ୍ଚିତ୍ର ନିଆରା ଢଙ୍ଗରେ ରିଲିଜ ହେବାକୁ ଯାଉଛି ।

ଓଡ଼ିଆ ଚଳଚ୍ଚିତ୍ରର ପିତା କୁହାଯାଉଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମମାଟି ପୁରୀ ଟାଉନ ହଲଠାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପୁରୀ ଟାଉନ ହଲରେ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ୩ଟି ସୋ’ରେ ଚଳଚ୍ଚିତ୍ର ଚାଲିବ। ୧୮ ତାରିଖ ପରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହି ଚଳଚ୍ଚିତ୍ରଟି ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଅଭିନେତ୍ରୀ ପୁନମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ। ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ପ୍ରୀତମ ସାହୁ। ନିର୍ଦ୍ଦେଶକ ତାପସ ସରଗରିଆ ରହିଥିବାବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ନିର୍ମଳ ନାୟକ। ଅନ୍ୟ ଭୂମିକାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଇଷା, ହରିହର ମହାପାତ୍ର, ଶକ୍ତି ବରାଳଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । ତେବେ ଅଭିନେତ୍ରୀ ଇଷା ତଲବାର ଓ ହରିହର ମହାପାତ୍ର ଏଥିରେ ଆଇନୀଜୀବୀ ଭୂମିକାରେ ନଜର ଆସିବେ ।

“ନାରୀର ସଂଘର୍ଷ, ସମର୍ପଣ ଓ ତ୍ୟାଗର କାହାଣୀକୁ ନେଇ ‘ଦୁର୍ଗା’ ଚଳଚ୍ଚିତ୍ର ଗତିଶୀଳ ହୋଇଥିବାବେଳେ ନିଜ ଅଧିକାର ପାଇଁ ନାରୀଟିଏ କିଭଳି ଲଢେଇ କରେ ତାହା ଦେଖିବାକୁ ପାଇବେ ଦର୍ଶକ। ଘରେ ଘରେ ଥିବା ଦୁର୍ଗାର କାହାଣୀ କହିବ ଏହି ଫିଲ୍ମ। ଯାହା ଆପଣଙ୍କ ନିଜର କାହାଣୀ ହୋଇଥିବ। ଓଡି଼ଶାର ପାଣି ପବନର କଥା କହୁଥିବା ମୌଳିକ କାହାଣୀଟିକୁ ନେଇ ଦଶହରାରେ ଦୁର୍ଗା ଆସୁଥିବାବେଳେ ଏହା ଲୋକଙ୍କ ହୃଦୟକୁ ଛୁଇଁବ” ବୋଲି କହିଛନ୍ତି ଅଭିନେତ୍ରୀ ପୁନମ । ପ୍ରଯୋଜକ କୁମାର ପ୍ରୀତମ ସାହୁ କହିଛନ୍ତି, “କାହିଁକି ଆମେ ମା’ ଦୁର୍ଗାଙ୍କୁ ଆବାହନ ପରେ ବିସର୍ଜନ କରୁଛେ, ତାର ଏକ ସୁନ୍ଦର କାହାଣୀ ଆପଣ ଏହି ଫିଲ୍ମରେ ଦେଖିବାକୁ ପାଇବେ, ଯାହା ଫିଲ୍ମକୁ ଆହୁରି ରୁଦ୍ଧିମନ୍ତ କରିବ।” ସେ ଆହୁରି କହିଛନ୍ତି, “ପୁରୀ ଧାମରେ ମୋ ଫିଲ୍ମର ପ୍ରଚାର କରୁଛି। ପୁରୀ ଦର୍ଶକ ହିଁ ମୋ ସିନେମାର ପ୍ରଚାର ସାରା ଓଡ଼ିଶାରେ କରିବେ ବୋଲି ଆଶା କରୁଛି ।”

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।