ଖୋର୍ଦ୍ଧା : ୨୩/୦୪ : ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗି ବ୍ଲକ ଟାଗିଂରେ ଖୋର୍ଦ୍ଧା ବିଜେପି ପକ୍ଷରୁ ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ଏକ ବିଶାଳ ଜନସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଜନସଂମ୍ପର୍କ ପଦଯାତ୍ରା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ବିଜେପିର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ପ୍ରମୁଖ ବିଜେପି କର୍ମକର୍ତ୍ତା ମାନଙ୍କୁ ଧରି ଶତାଧିକ ଆଗଧାଡ଼ିର ବିଜେପି କାର୍ଯ୍ୟକର୍ତା ଯୁବବନ୍ଧୁ ବୁଦ୍ଧିଜୀବୀ ଓ ମହିଳା ମାନେ ଉପସ୍ଥିତ ରହି ଜନସଂମ୍ପର୍କ ପଦଯାତ୍ରାରେ ବାହାରି ଥିଲେ।ପଦଯାତ୍ରା ଟାଗିଂ ମଧୁମଗଂଳ ପଡିଆରୁ ବାହାରି ଚିଲିକା ଛକ ଦେଇ ଟାଗିଂ ବଜାର ମଧ୍ୟଦେଇ ମଧୁମଗଂଳ ପଡିଆରେ ପହଞ୍ଚି ଥିଲା l
ସେଠାରେ ଏକ ସଭାକାର୍ଯ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେବକଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନସଂମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଥିଲେ ବିଜେପି ନେତା କାଳୁଚରଣ ଖଣ୍ଡାୟତରାୟ।ଜନସଂମ୍ପର୍କ ପଦଯାତ୍ରାରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଗଂରାଜ, ନାରୀନେତ୍ରୀ ସୁଚିଶ୍ମିତା ବଡଜେନା, ବିଜେପି ଜିଲ୍ଲା ସଂଯୋଜକ କିଶୋର ବରାଳ,ବିଜେପି ନେତା ରଘୁନାଥ ସାହୁଙ୍କ ସମେତ ନିର୍ବାଚନ ମଣ୍ଡଳୀର ଏକାଧିକ ବିଜେପି ମଣ୍ଡଳ ସଭାପତି ଉପସ୍ଥିତ ରହି ଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।