February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୃଷି ବିଭାଗ ପକ୍ଷରୁ କୃଷକ ପରାମର୍ଶ କର୍ମଶାଳା ଅନୁଷ୍ଠିତ।

ମୋ ଟିଭି ଓଡିଶା / କଳାହାଣ୍ଡି:୦୪/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୃଷି ବିଭାଗ ପକ୍ଷରୁ ଗୁରୁବାର କୃଷି କାର୍ଯ୍ୟାଳୟ ପରିସରରେ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ସଭାପତିତ୍ୱ ରେ ଏକ କୃଷକ ପରାମର୍ଶ ଶିବିର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ୠତୁରାଜ ମାଝୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ କୃଷି ବିଭାଗ ରଶ୍ମି ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଅଂଶଗ୍ରହଣ କରିଥିବା ସଚେତନ ଚାଷି ଙ୍କୁ କୃଷି ଓ ଉଦ୍ୟାନ କୃଷି ବିଭାଗ ରେ ଚାଷି ଙ୍କ ପାଇଁ ରହିଥିବା ଅନେକ ସରକାରୀ ଯୋଜନା ଓ ଚାଷି ଙ୍କୁ କେମିତି ଯୋଜନା ଆବେଦନ କରିବେ ଓ କେଉଁ ପ୍ରଣାଳୀ ରେ ଚାଷ କଲେ ଚାଷି ଲାଭବାନ ହେବେ ଓ ସରକାରୀ ସ୍ତରରେ ରହିଥିବା ଅନୁକମ୍ପା ସହାୟତା ପାଇ ପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବେ ମାର୍ଗ ଦର୍ଶନ କରିଥିଲେ।

ଏହି କୃଷି କର୍ମଶାଳା ରେ ବ୍ଲକ ର ଅଗ୍ରଣୀ ମହିଳା, ପୁରୁଷ ଚାଷି ମାନେ ଉପସ୍ଥିତ ରହି କୃଷି ଅଧିକାରୀ ଙ୍କ ଠାରୁ କୃଷି ଭିତ୍ତିକ ପରାମର୍ଶ ନେଇଥିଲେ। ଏହି କର୍ମଶାଳା କୁ ବ୍ଲକ କୃଷି ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।