ମୋ ଟିଭି ଓଡିଶା / ନବରଙ୍ଗପୁର :
ବେହେଡା -ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ମା ତାରିଣୀ ପୀଠରେ ମାଙ୍କ ନବରାତ୍ରି ପୂଜା ଆରମ୍ଭ ହେଲା ତା 3/10/24ଠାରୁ 13/10/24 ପର୍ଯ୍ୟନ୍ତ ମାଙ୍କ ନୀତି କାନ୍ତି ସବୁ ହେବ l ସକାଳୁ ସକାଳୁ ତେଲନଦୀ ଠାରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା ଏଥିରେ ମହିଳା ମାନେ ଯୋଗଦେଇ ନଦୀରୁ ମନ୍ଦୀର ପର୍ଯ୍ୟନ୍ତ ଆସିଥିଲେ l

ପରେ ସୂର୍ଯ୍ୟ ପୂଜା, ବେଲବରଣ, ଘଟପୂଜା, ସୂର୍ଯ୍ୟ ପୂଜା, ଘଟ ପୂଜା, ଦୁର୍ଗା ପୂଜା କରାଗଲା l ପ୍ରତେକ ଦିନ ଲଷ୍ମୀ ବେଶ, ଗାୟତ୍ରୀ ବେଶ, ଚଣ୍ଡୀ ବେଶ, କାଳିବେଶ, ମହିଷାମରଦିନ ବେଶ, ବିଶ୍ୱର କଲ୍ୟାଣ ନିମନ୍ତେ 108 ଆହୁତି ଦିଆଯାଏ l
ଏହି ନବଦିନ ଯାତ୍ରା ପାଇଁ ମନ୍ଦୀରରେ ଗହଳି ଚହଳି ଦେଖିବାକୁ ମିଳିଥିଲା l କମିଟି ର ଡମ୍ବୁରୁ ଭତ୍ରା, ଜୟରାମ ମହାରଣା,ନିର ନାୟକ, ବୁଲୁ ପଟ୍ଟନାୟକ,ବୀର ଭତ୍ରା, ପୂର୍ଣ୍ଣ ଚନ୍ଦ୍ର ବାଗ, ଲଷ୍ମୀ ପାଢ଼ୀ, ବାଇନ ମହାରଣା,ମୁନା ପାଣିଗ୍ରାହୀ, ଗୌରାଙ୍ଗ ବିଷୋୟୀ, ଭ୍ରମର ଗୌଡ଼, ଲକି ଗଣ୍ଡ, ରମେଶ ଜେନା, ସାଇ ପଣ୍ଡା ଓ ସ୍ଥାନୀୟ ଲୋକ ମାନେ ସହଯୋଗ କରିଥିଲେ l ବହୁ ଦୁରଦୂରାନ୍ତ ରୁ ଭକ୍ତ ମାନେ ଆସିଥାନ୍ତି, ସେ ଭିଡକୁ ନିୟନ୍ତ୍ରଣ ପାଇଁ କମିଟି ତରଫରୁ ସବୁ ପ୍ରକାର ବେବସ୍ଥା ହୋଇଛି l ବହୁତ ମାନସିକ ଧରି ଆସି ଚୁଟି ମୁଣ୍ଡନ କରି ଦାନ କରିଥାନ୍ତି l ମାଙ୍କ ପାଖରେ ମାନସିକଧାରୀ ଚୁଟି ମୁଣ୍ଡନ ଶହ ବିଭାଘର, ବ୍ରତ କରିଥାନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।