ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା’ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । କଥିତ ଅଛି ଯେ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ଯେଉଁ ତେଜ ନିର୍ଗତ ହୁଏ ତାହାର ସୃଷ୍ଟି କର୍ତ୍ତ୍ରୀ ହେଉଛନ୍ତି ଦେବୀ କୁଷ୍ମାଣ୍ଡା।
ପୌରାଣିକ ମତ ଅନୁସାରେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି। ମା’ଙ୍କର ଏହି ରୁପକୁ ରୂପରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ମା’ଙ୍କ ଆରାଧନାରେ 👇🏻
ଚତୁର୍ଥ ଦିବସେ କୁଷ୍ମାଣ୍ଡା ରୂପେ
ଅମୃତ କଳସୀ ଧରିବ
ସୃଷ୍ଟି ନିର୍ମାଣେ ମା’ ସହଭାଗୀ ହୋଇ
ବ୍ରହ୍ମାଣ୍ଡ ରଚନା କରିବ।
ଯେତେବେଳେ ଏ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନା କରିଥିଲେ। ସେଥିପାଇଁ ଦେବୀଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ଙ୍କ ସ୍ୱରୂପ ହେଉଛି ସିଏ ସିଂହାରୁଢା ତଥା ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହେଲେ ।
ସୁରାସମ୍ପୂର୍ଣକଳସମ୍ ରୁଧିରାପ୍ଲୁତମେବ ଚ
ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ !!
ଯାଦେବୀ ସର୍ବଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !!
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।