February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

■କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ
■ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳା ■ କମ୍ପାନୀ ଦ୍ବାରା ଦେଶ ବିଦେଶରେ ପହଞ୍ଚିବ ହଳଦୀ


କନ୍ଧମାଳ, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ କମଦର ଯୋଗୁ ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ ନ କରି କ୍ରମେ ସେମାନେ ମକା ଓ ଉଦ୍ୟାନ ଚାଷ ପ୍ରତି ମନ ବଳାଉଥିଲେ। ତେବେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ ଜରିଆରେ ଆଇଟିସି (ଇଣ୍ଡିଆ ଟବାକୋ କମ୍ପାନୀ ଲିମିଟେଡ୍) ଆଦିବାସୀ ମହିଳାଙ୍କ ଠାରୁ ହଳଦୀ ଉଚ୍ଚ ଦରରେ କ୍ରୟ କରିଛି; ଯାହାଦ୍ବାରା ଚାଷୀମାନେ ଉତ୍ସାହିତ ହୋଇଛନ୍ତି।

ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରଗତି ବନ ଧନ ବିକାଶ କେନ୍ଦ୍ରର ମହିଳା ସ୍ବୟଂ ସହାୟକ
ଗୋଷ୍ଠୀଙ୍କ ଠାରୁ ୧୫ ମେଟ୍ରିକ ଟନ ହଳଦୀ ଅଧିକାରୀ ମାନେ ହଳଦୀ ପରିବହନ କରୁଥିବା ଆଇଟିସି କ୍ରୟ କରିଛି। ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ସବୁତକ ଅର୍ଥ ଏହି ସଂସ୍ଥା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରିଛି। ଏବେ ହଳଦୀକୁ ଚାଷୀ ବଜାରରେ ମାତ୍ର ୧୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଆଇଟିସି କମ୍ପାନୀ ମହିଳା ଚାଷୀଙ୍କଠାରୁ ୧୬୮ ଟଙ୍କାରେ ଏହା କ୍ରୟ କରିଛି। ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ଭେଲୁଗୁ ଆସୋସିଏଶନ ପକ୍ଷରୁ ପ୍ରଥମ ହଳଦୀ ବୋଝେଇ ଟ୍ରକ ସୁଲୁମାହାରୁ ବାହାରିଛି ।

ଏହାକୁ ଅଧିକାରୀ ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କମ୍ପାନୀ ଦ୍ବାରା ସାରା ଦେଶ ଓ ବିଦେଶକୁ ଏହି ହଳଦୀ ବିଭିନ୍ନ ଉପାୟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି। ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ରାହୁଲ କୁମାର, ଦେବାଶିଷ ନନ୍ଦ, କମ୍ବୁପାଣି ବାବୁ ଭେଲୁଗୁ ଆସୋସିଏଶନ ସମ୍ପାଦକ ବି.ସଞ୍ଜୀବ ରାଓ, ପ୍ରକଳ୍ପ ସଂଯୋଜକ ତିରୂପତି ରାଓ, ଆଞ୍ଚଳିକ ସଂଯୋଜକ ଜୀବନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଗତିବନ ଧନ ବିକାଶ କେନ୍ଦ୍ରର ମହିଳାଙ୍କୁ ଜୈବିକ ହଳଦୀ ଚାଷ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜୈବିକ ପଦ୍ଧତିରେ ହଳଦୀ ଚାଷ ପାଇଁ କୃଷି ବୈଜ୍ଞାନିକଙ୍କ ଦ୍ବାରା ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଉପସ୍ଥିତ କେନ୍ଦ୍ରର ମହିଳା ମାନେ ସେମାନଙ୍କୁ ଏକ ଦୋକାନ ଗୃହ ସହ ଗୋଦାମ ଗୃହ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ହେଲେ ଆହୁରି ଅଧିକା ହଳଦୀ ଚାଷ କରି ଗୋଦାମରେ ଗଚ୍ଛିତ ରଖିବା ସହ ତାକୁ ପ୍ରସ୍ତୁତି କରି ବିକ୍ରି କରିବା ଲାଗି ସୁବିଧା ହେବ ବୋଲି କହିଥିଲେ। ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।