ମୋ ଟିଭି ଓଡିଶା / ନୂଆଦିଲ୍ଲୀ :
ହରିୟାଣାର ମୁଖ୍ୟମନ୍ତ୍ରୀ ବିଜେପିର ବରିଷ୍ଠ ନେତା ନାୟବ ସିଂହ ସୈନି ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି । ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା ସିଂହଙ୍କୁ ପରାସ୍ତ କରିଛନ୍ତି ।
ଜାଠ ବହୁଳ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବେ ପରିଚିତ। ବିଜେପି ନିଜ ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବାଜିମାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୈନି ୩୬,୬୧୩ ଖଣ୍ଡ ଭୋଟ ପାଇଥିବା ବେଳେ ମେୱାଙ୍କୁ ୨୬,୯୪୨ ଖଣ୍ଡ ଭୋଟ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ବିକ୍ରମଜିତ ସିଂହ ଚେମା ୫୩୯୫, ଆଇଏନଏଲଡିର ସପନା ବରଶାମି ୪୪୩୦ ଓ ଆପ୍ର ଯୋଗା ସିଂହ ଉମରି କେବଳ ୨୩୯ ଖଣ୍ଡ ଭୋଟ ପାଇଛନ୍ତି।
୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍ ନମ୍ବର ପାର କରିଛି। ବର୍ତ୍ତମାନ ସୁଦ୍ଧା ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ତେବେ ବିଜେପି ଏଠାରେ ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି। ଯଦି ବର୍ତ୍ତମାନର ଟ୍ରେଣ୍ଡକୁ ବିଚାରକୁ ନିଆଯାଏ, ତା’ହେଲେ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।