ସୋର : ତା – ୨୪/୦୪/୨୦୨୪ : ବିଭିନ୍ନ ପ୍ରକାର ଆଳ ଦେଖାଇ ଜଣେ ଯୁବକ ସୋର ଅଂଚଳର ବିଭିନ୍ନ କୋକଙ୍କ ଠାରୁ ୨ କୋଟିରୁ ଉର୍ଦ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ସୋର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପୁଲିସ ପକ୍ଷରୁ ଏକ ପ୍ରେସ ରିଲିଫ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ସୋର ଥାନା ମାଣତ୍ରୀ ପଂଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ଗତ ୨୦୧୯ ମସିହାରେ ସୋର ଥାନା ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରୀ କରାଇଦେବାର ଆଳ ଦେଖାଇ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ। କିଛିଦିନ ପରେ ଚାକିରୀ ମିକିବାର କୌଣସି ସୂଚନା ନମିଳିବାରୁ ଶ୍ରୀ ପଣ୍ଡା ଓ ତାଙ୍କର ସାଥୀମାନେ ରମେଶଙ୍କୁ ଧରିବାରୁ ସେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ। ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସିନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇବା ପରେ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନାରେ ଦ୍ୱାରସ୍ଥ ହୋଇଥିଲେ।
ସେହିଭଳି ଭାବେ ସୋର ଅଞ୍ଚଳର ଶୁଶାନ୍ତ କୁମାର ଦାସଙ୍କ ଠାରୁ ୨୦୧୫ ମସିହାରେ କିରୋସିନ ଡିଲର ଶିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିବା ଶ୍ରୀ ଦାସ ଥାନାରେ ଦ୍ୱାରସ୍ତ ହୋଇଥିଲେ। ପରେ ପୁଲିସ ଅଭିଯୋଗ ମୂଳେ ୩୬୦/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଭଦ୍ରକ ଅଂଚଳରୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି 2012 ମସିହାରେ ମଧ୍ୟ ରେମୁଣା ବିଧାୟକ ସୁଦର୍ଶନ ଜେନାଙ୍କ ଲେଟର ପେଡ ବ୍ୟବହାର କରି ଚାକିରୀ କରାଇଦେବା ନାଁରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କୁ ରିମାଇଣ୍ଡରରେ ଆଣି ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ଏସ୍ଡ଼ିପିଓ ଡ଼ ଶଶାଙ୍କ ଶେଖର ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।