February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ଓ୍ବାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ


ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତ ଗିରଫ ବ୍ୟକ୍ତିଙ୍କ ନାମରେ ଜାମିନ ବିହିନ ଗିରଫ ନିର୍ଦ୍ଦେଶ ରହିଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି। ଗିରଫଙ୍କ ମଧ୍ୟରେ କିରାମାହା ଗ୍ରାମର ବିଶ୍ୱନାଥ ମଲିକଙ୍କୁ ଚଢ଼ାଉ କରି ଗିରଫ କରାଯାଇଛି। ତାଙ୍କ ନାମରେ ମାମଲା (୩୦୨/୧୧) ରହିଥିଲା। ସେ ଫେରାର ଥିବାରୁ ଜାମିନ ବିହୀନ ଗିରଫ ନିର୍ଦ୍ଦେଶ ରହିଥିଲା। ସେହିପରି ଉକ୍ତ ଥାନା ଗଦାପୁର ଗ୍ରାମର ସିମନ ବଳିୟାରସିଂଙ୍କୁ ମଧ୍ୟ ମାମଲା ( ୨୩/୨୨)ରେ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ମାମଲା (୧୭୩/୨୨) ରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ରାଇକଣା ଗ୍ରାମର ପକଲା ବଳିୟାରସିଂ,ଲାଲୁ ବଳିୟାରସିଂ ,କାଳିଆ ବଳିୟାରସିଂ ଓ ପେଟା ବଳିୟାରସିଂ ରହିଛନ୍ତି।
ପ୍ରକାଶ ଯେ, ଆସନ୍ତା ୨୦ରେ ସାଧାରଣ ନିର୍ବାଚନ ରହିଛି। କିଭଳି ସମସ୍ତ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇପାରିବ ସେନେଇ ଜିଲା ପୋଲିସ ତଥା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଏସ୍‌ଡିପିଓ ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ ସହ ବିଭିନ୍ନ ମାମଲାରେ ଫେରାର ଥିବା ଅପରାଧୀଙ୍କୁ ପୋଲିସ ଖୋଜି ଧରିବା କାର୍ଯ୍ୟକୁ ଜୋରଦାର କରୁଛି। ସେହିପରି ଦୈନିକ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂକୁ ଜୋର୍‌ଦାର କରାଯାଉଥିବା ପୋଲିସ କହିଛି। ସମ୍ବେଦନ ଓ ଅତି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରାଯାଉଥିବା ବିଷୟ ପୋଲିସ ପ୍ରକାଶ କରିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।