ଭୁବନେଶ୍ୱର : ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ଉପରେ ବର୍ଷୀଛନ୍ତି l ବିକାଶ ଆମର ପରିଚୟ l ମାତ୍ର ବିରୋଧୀ ଦଳ ଗୁଡିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି l ଓଡ଼ିଶାବାସୀ ସେମାନଙ୍କ ଅସଲ ରୁପକୁ ଚିନ୍ହିଛନ୍ତି l
ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର, ଏହି ପରିବାରର କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରି ଚାଲିଛି l ଆଗକୁ ମଧ୍ୟ କାମ କରି ଚାଲିବି l ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ l ଉଭୟ ଲୋକସଭା ଓ ବିଧାନସଭା ଭୋଟରେ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜେଡିକୁ ବିଜୟୀ କରିବାକୁ ମାତାଦାତାଙ୍କୁ ନିବେଦନ କରିଛନ୍ତି l
ମୁଖ୍ୟମନ୍ତ୍ରୀ ହିଞ୍ଜିଳି – ଶେରଗଡ଼ରେ ବୁଧବାର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି l କେବଳ ଭୋଟ ଜିତିବେ ବୋଲି ନବୀନ ଆତ୍ମବିଶ୍ୱାସ ଜାହିର କରିନାହାନ୍ତି l ସେ କହିଲେ ଯୋଡି ଶଙ୍ଖ ହେଉଛି ଓଡ଼ିଶାର ପରିଚୟ l ହିଞ୍ଜିଳିରୁ ହିଁ ବିଜୁ ଜନତା ଦଳର ବିଜୟ ଅଭିଯାନ ଆରମ୍ଭ ହେଲା l ଆମର ଏକମାତ୍ର ଲକ୍ଷ୍ୟ ଓଡ଼ିଶାର ବିକାଶ l ୨୦୨୪ ରୁ ୨୦୩୪ ହେବ ଓଡ଼ିଶାର ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ l ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ବିକାଶ ଉପରେ ଗୁରୁତ୍ୱ ରହିବ l ୨୦୩୬ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହବ ଦେଶର ଏକ ନମ୍ବର ରାଜ୍ୟ l ଉପସ୍ଥିତ ଜନତା ଜନାର୍ଦ୍ଦନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଲେ ହିଞ୍ଜିଳି – ଶେରଗଡ଼ ଆଜି ସାରା ଦେଶରେ ବିକାଶର ଏକ ମଡେଲ l ଓଡିଶା ମାଆର ସେବା କରିବାକୁ ସୁଯୋଗ ଦେଇଥିବାରୁ ହିଞ୍ଜିଳି ଓ ଶେରଗଡ଼ବାସୀଙ୍କୁ ମୋର କୃତଜ୍ଞତା l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।