February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫୁଫଗାଁ ରେ ଦଣ୍ଡ ପଟିଆଣି ଦେବୀ ଙ୍କ ବାର୍ଷିକ ଦଶହରା ପାଳନ।

କଳାହାଣ୍ଡି(:୧୬/୧୦(ମୋ ଟିଭି ଓଡିଶା)
ରିପୋର୍ଟ—ସନତ ପ୍ରଧାନୀ


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ଦଣ୍ଡ ପଟିଆଣି ଦେବୀ ଙ୍କ ବାର୍ଷିକ ଦଶହରା ମଙ୍ଗଳବାର ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହା ଆଡମ୍ବରରେ ପାଳନ କରାଯାଇଛି। ମଙ୍ଗଳବାର ଗ୍ରାମ ର ପୂଜକ ଙ୍କ ଦ୍ଵାରା ସଦର ଗୁଡି ଠାରେ ମା ଦଣ୍ଡ ପଟିଆଣି ଦେବୀ ଙ୍କୁ ଆବାହନ ପରେ ଲାଠିଚଢା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରେ ସନ୍ଧ୍ୟାରେ ଲାଠିଯାତ୍ରା ଉତ୍ସବ ରେ ଗ୍ରାମ୍ୟ ଦେବାଦେବୀ ଙ୍କ ଲାଠିକୁର୍ସି ଗ୍ରାମ ପରିକ୍ରମା କରିବା ସମୟରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହ ଦେବାଦେବୀ ଙ୍କ ନିକଟରେ ନିଜର ପରିବାର ପାଇଁ ମଙ୍ଗଳକାମନା କରିଥିଲେ। ପରେ ଲାଠିଯାତ୍ରା ମୁଖ୍ୟ ପୀଠ ରେ ପହଞ୍ଚିବା ପରେ ନିର୍ଧାରିତ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା। ଦେବୀ ଙ୍କ ଏହି ବାର୍ଷିକ ଦଶହରା ରେ ଅନେକ ଦୋକାନ ବଜାର ସହ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ଏହି ଉତ୍ସବ ପାଇଁ ରାତିରେ ନାଟକ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂଜା କମିଟିର ସଭାପତି ପର୍ଶୁରାମ ସାହୁ ଙ୍କ ସଭାପତିତ୍ୱ ରେ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି, ବିଜେପି ନେତା ତ୍ରିନାଥ ଶବର,ବରିଷ୍ଠ ଶିକ୍ଷାବିଦ ଲକ୍ଷ୍ମଣ ପଟେଲ, ସାମାଜିକ କର୍ମି କେତନ ପାତ୍ର,ଜୟରାମ ପୁଝାରି ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଉପ ସଭାପତି ରାଧେ ପଟେଲ,ସମ୍ପାଦକ ହେରମ୍ବ ଜାଲ,ସହ ସମ୍ପାଦକ ଗୋବିନ୍ଦ ଶବର, ନିଳାମ୍ବର ବାରିକ, ପ୍ରଦୀପ ନାଏକ ପ୍ରମୁଖ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।