କଳାହାଣ୍ଡି:୧୬/୧୦(ମୋ ଟିଭି ଓଡିଶା)
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜୟପାଟଣା ଗ୍ରାମର ଜଣେ କର୍କଟ ରୋଗୀ ଗୋପରଞ୍ଜନ ବେଣୁପାଣି ଙ୍କୁ ଅତ୍ୟନ୍ତ ଜରୁରୀ ସମୟରେ ବି ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ପରିବାର ଲୋକେ ଯୁବ ସମାଜସେବୀ ଢଗ ନାଏକ ଙ୍କୁ ଯୋଗାଯୋଗ କଲାପରେ ଶ୍ରୀ ନାଏକ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ଯାଇ ରକ୍ତଦାନ କରିଥିଲେ ।
ଶ୍ରୀ ନାଏକ ଙ୍କ ମହନିୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ନାଏକ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି। ରକ୍ତଦାନ ସମୟରେ ସମାଜସେବୀ ବିଶ୍ଵ ରଞ୍ଜନ ପାତ୍ର, ଯୁବ ସାମ୍ବାଦିକ ସୁଧୀର ଗୋପାଳ, ନାଗେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ଓ ଆର୍ଥିକ ସହାୟତା, ମାନସିକ ବିକୃତ ବୃଦ୍ଧ, ବୃଦ୍ଧା, ମହିଳା ମାନଙ୍କୁ ଥଇଥାନ, ଅନାଥ ଶିଶୁ ଙ୍କୁ ଥଇଥାନ ସହିତ ପାଠ ପଢା ରେ ଆର୍ଥିକ ସହାୟତା, ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ କଳାପ ରେ ଲିପ୍ତ ରହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।