କନ୍ଧମାଳ ସାଂସଦଙ୍କ ପୋଷ୍ଟର ଦୁର୍ବୃତ୍ତ ଚିରିଦେଲେ : ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ
ବାଲିଗୁଡ଼ା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ କନ୍ଧମାଳ ସାଂସଦଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟର ଟିକୁ କୌଣସି ଦୁର୍ବୁତ୍ତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଚିରି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l
ଅଭିଯୋଗ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲିଗୁଡା ସହର ସ୍ଥିତ ତ୍ରିବେଦୀ ପାର୍କ ନିକଟରେ ଶୁଭେଚ୍ଛା ବାର୍ତ୍ତାକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ନେଇ କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ କୁମାର ସାହୁ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଅଭିଯୋଗ କରିଛନ୍ତି l
ସିସିଟିଭି ଆଧାରରେ ଖୁବ୍ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।