ପ୍ରେସ ବିଜ୍ଞପ୍ତି
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (Computer Based Recruitment Examination) ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ।
ମୋ ଟିଭି ଓଡିଶା / ଭୁବନେଶ୍ୱର-ତା ୧୮.୧୦.୨୦୨୪ ରିଖ
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ (Computer Based Recruitment Examination) (CRE-III of ୨୦୨୪ ପଦବୀ ଯଥା LI/Forester/ Forest Guard ଏବଂ CRE-IV of 2024 ପଦବୀ ଯଥା RI/ARI/Amin/ICDS Supervisors/SFSs, ) ସମ୍ବନ୍ଧୀୟ ପରୀକ୍ଷାର ପବିତ୍ରତା ସହ ସାଲିସ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ ଠାରୁ ଅଭିଯୋଗ ପ୍ରାପ୍ତି ହୋଇଛି, ଯାହା ଏହି ପଦବୀ ପାଇଁ ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି ।
ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତ୍ଵର ସହ ବିଚାରକୁ ନେଇଛନ୍ତି ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ଵଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ପ୍ରତିବଦ୍ଧ । ରାଜ୍ୟ ସରକାର ଏହି ଅଭିଯୋଗ/ ଆରୋପ ଗୁଡିକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ଵାରା ତର୍ଜମା କରୁଅଛନ୍ତି ।
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ଵାରା ପରିଚାଳିତ ଉକ୍ତ ପରୀକ୍ଷା ଗୁଡିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନ କୁ ତର୍ଜମା କରାଯାଉଅଛି ଏବଂ ସରକାରଙ୍କ ଦ୍ଵାରା ଅତି ଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।