February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ କଂଗ୍ରେସ ପ୍ରାର୍ଥୀନି ରଶ୍ମିରେଖା ଓ ବିଜେପି ରୁ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଭରିଲେ ନାମାଙ୍କନ ଦାଖଲ।

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନି ରଶ୍ମିରେଖା ରାଉତ ଓ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବୁଧବାର ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରେନ ମନ୍ଦିରରୁ ପୂଜାର୍ଚ୍ଚନା ପରେ କୋକସରା, ଧର୍ମଗଡ, ଜୟପାଟଣା, କଲମପୁର ୪ ବ୍ଲକ ର ହଜାର ହଜାର ବିଜେପି ଓ କଂଗ୍ରେସ କର୍ମକର୍ତ୍ତ, ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ଦ୍ଧାରିତ ସମୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ଧର୍ମଗଡ ନିର୍ବାଚନ ମଣ୍ଡଳର ସମସ୍ତ ଜନ ସାଧାରଣଙ୍କ ସମର୍ଥନ ଓ ସହଯୋଗ କାମନା କରିବା ସହ କଂଗ୍ରେସ ପ୍ରାର୍ଥୀନି ରଶ୍ମିରେଖା ରାଉତ କଂଗ୍ରେସ ଦଳ ପକ୍ଷରୁ ଘୋଷଣା ହୋଇଥିବା ୯ ଗ୍ୟାରେଣ୍ଟିକୁ ନେଇ ସେ ଜନ ସାଧାରଣଙ୍କ ନିକଟରେ ପହଞ୍ଚିବେ ଓ ଭୋଟ ଭିକ୍ଷା କରିବେ ବୋଲି ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା କହିଛନ୍ତି।

ଅନ୍ୟପଟେ କେନ୍ଦ୍ରେରେ ମୋଦି ସରକାରଙ୍କ ଜନ ହିତକର ଓ ଲୋକାଭିମୁଖୀ ଯୋଜନା ଓଡିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଵୈପବ୍ଲିକ ପରିବର୍ତ୍ତନ ଆଣିଛି। ମୋଦି ସରକାର ଦେଶରେ ଏକ ସ୍ଥିର ସରକାର ଓ ଓଡିଶା ରାଜ୍ୟରେ ଅନେକ ଲୋକାଭିମୁଖୀ ଯୋଜନା ର ପରିକଳ୍ପନା କରି ଓଡିଶା ରାଜ୍ୟକୁ ବିକଶିତ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଧାୟକ ପ୍ରାର୍ଥୀ କହିଛନ୍ତି। କଂଗ୍ରେସ ଓ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ଏହି ସମୟରେ ଦଲୀୟ କର୍ମକର୍ତ୍ତା ଓ ହଜାର ହଜାର ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।