ମୋ ଟିଭି ଓଡିଶା :
ଓଏଏସ୍ ପାଇଲେ ପ୍ରଥମ ବଣ୍ତା ଝିଅ । ବଣ୍ତାଘାଟିର ସୁନା ଝିଅ ବିନି ମୁଦୁଲି । ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୯୬ ରେଙ୍କ ରଖି ସଫଳତା ପାଇଛନ୍ତି ବିନି ।
ପିଲାଟି ଦିନରୁ ବାପାମାଆ ଙ୍କ ସହଯୋଗରେ ପାଠ ପଢିବା ପରେ ଓଏଏସ୍ ହେବା ବିନିଙ୍କ ଲକ୍ଷ୍ୟ ରହିଥିଲା । ବାପା ଏବଂ ମାଆ ମଧ୍ୟ ଝିଅର ଲକ୍ଷ୍ୟକୁ ସମ୍ମାନ ଦେଇ ପାଠ ପଢାଇବାରେ କେବେ କମି କରିନଥିଲେ । ଏହାସହିତ ୟୁଟ୍ୟୁବ ଏବଂ ଅନଲାଇନରୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସେ ଚଳିତ ଥର ବଣ୍ତା ଝିଅ ବିନି ପ୍ରଶାସନିକ ସେବାରେ ସଫଳତା ଆଣିଛନ୍ତି ।
ବଣ୍ତା ଜନଜାତିଙ୍କ ବିକାଶ ପାଇଁ ଓ ଲୋକଙ୍କ ସେବା ଯୋଗାଇବା ଲାଗି କାର୍ୟ୍ୟ କରିବେ ବୋଲି କହିଛନ୍ତି ବଣ୍ତା ସୁନା ଝିଅ ବିନି ମୁଦୁଲି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବସନ୍ତ ସଗରିଆ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।