February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରଚାର ପାଇଁ ସମୟ ଅଣ୍ଟୁନି, ରାତିରେ ବି ଜମୁଛି ଧର୍ମଗଡ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର।


କଳାହାଣ୍ଡି:୨୬/୦୪ : ପ୍ରଚାରରେ କି ଦିନ କି ରାତି ପ୍ରାର୍ଥୀଙ୍କ ପାଇଁ ଏବେ ଭୋଟରଙ୍କ ମନ ଜିଣିବା ଜରୁରୀ ହୋଇ ପଡିଛି। ନିଜ ସରକାରଙ୍କ ଗୁଣଗାନ ଓ ବିକାଶ ର ନାରା ଦେଇ ଭୋଟରଙ୍କ ଦୁଆରେ ଦଲୀୟ ପ୍ରାର୍ଥୀ। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର ଗୋତମୁଣ୍ଡା, ବଡ଼ ପୋଡ଼ାଗୁଡା, ସାନ ପୋଡ଼ାଗୁଡା ପଞ୍ଚାୟତ ର ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ତାଙ୍କ ସମର୍ଥକ।

ବର୍ତ୍ତମାନ ଖରା ର ପାରଦ ୪୩ ଡିଗ୍ରୀ କୁ ଟପି ଥିବା ବେଳେ ଟାଣ ଖରାରେ ଝାଳନାଳ ହୋଇ ପ୍ରଚାର ଚାଲିଛି, ସମୟ ମଧ୍ୟ ଅଣ୍ଠୁନାହିଁ, ତେଣୁ ସନ୍ଧ୍ୟା ରୁ ରାତି ୯ ଟା ପର୍ଯ୍ୟନ୍ତ ଲାଇଟ ଲଗେଇ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଚାର। ନାମାଙ୍କନ ପତ୍ର ଦାଖଲ ପରେ ହାତରେ ସମୟ କମ, କାରଣ ଧର୍ମଗଡ ର ୨୪ ପଞ୍ଚାୟତ, କୋକସରା ର ୨୨ ପଞ୍ଚାୟତ, କଲମପୁରର ୧୧ ପଞ୍ଚାୟତ ଓ ଜୟପାଟଣାର ୪ ପଞ୍ଚାୟତ ମୋଟ ୬୧ ପଞ୍ଚାୟତକୁ ବୁଲିବା ସହ ପ୍ରଚାର କରିବା ପାଇଁ ସମୟ କାହିଁ, ଏଣୁ ଦିନରାତି ଏକ କରି ପ୍ରଚାର ମୈଦାନ ରେ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ସମର୍ଥକ ଲାଗି ପଡ଼ିଛନ୍ତି। ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଙ୍କ ସହ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ,ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରମୁଖ ପ୍ରଚାର ର ମଙ୍ଗ ଧରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।