ଭୁବନେଶ୍ୱର, ତା-୨୩/୧୦/୨୦୨୪
କଟକ ଜିଳ୍ଲା ପ୍ରତାପନଗରୀ ସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ଓ୍ୱାଲମୀ) ତରଫରୁ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି । ଓ୍ୱାଲମୀର ନିର୍ଦ୍ଦେଶକ ଇଂ ରାଜକିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକର ୩୪ ଜଣ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୨୦୦୦ ରୁ ଊର୍ଦ୍ଧ୍ୱ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଆୟୋଜନ କରିବା ପାଇଁ ୱାଲମୀ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ୱାଲମୀ ଦ୍ୱାରା ଜଳମିତ୍ରମାନଙ୍କ ପାଇଁ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବଡସାହି ଓ ରରୁଆଁ ବ୍ଲକର ପଞ୍ଚାୟତ ସମିତି ସଭାଗୃହଠାରେ ଆୟୋଜନ କରାଯାଇଥିଲା । ରରୁଆଁ ବ୍ଲକର ବିଡିଓ ଶ୍ରୀ ପ୍ରେମାନନ୍ଦ ବେହେରା ଏବଂ ବଡସାହି ବ୍ଲକର ବିଡିଓ ଶ୍ରୀମତୀ ବନଜା ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ ।
ୱାଲମୀର ପ୍ରାଧ୍ୟାପକ (ଯାନ୍ତ୍ରିକ) ମନିଷା ମନସ୍ୱିନୀ ରାଉତ, ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱା ପାତ୍ର, ସହଯୋଗୀ ପ୍ରାଧ୍ୟାପକ (ଯାନ୍ତ୍ରିକ) ଇଂ ଇତିଶ୍ରୀ ମିଶ୍ର, ,ଉପ ନିର୍ଦ୍ଦେଶିକା ଇଂ ସୁପ୍ରିୟା ସାହୁ, ଶ୍ରୀମତୀ ରୋଜି ତ୍ରିପାଠୀ ଓ ଇଂ ମାନସ ସ୍ୱାଇଁ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ଦାୟିତ୍ୱ ନିର୍ବାହ କରି ରାଜ୍ୟରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣ ଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଅନ୍ତର୍ଗତ ଗ୍ରାମମାନଙ୍କରେ ବସବାସ କରୁଥିବା କୃଷକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟର ସଂପାଦନା କରୁଛନ୍ତି ।

ସେହିପରି ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ୱଲପୁର ଜିଲ୍ଲାର ଯୁଜୁମୋରା, ଜମନକିରା ଓ ମାନେଶ୍ୱର ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେ ଆୟୋଜନ କରାଯାଉଅଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ