January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହଁମୁହିଁ, ଜଣେ ମାଓବାଦୀ ନିହତ

ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ ମୁହିଁ ହୋଇଥିଲେ।


ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ ମୁହିଁ ହୋଇଥିଲେ।

ଏହା ପରେ ମାଓବାଦୀ ମାନେ ସୁରକ୍ଷା କର୍ମୀ ଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟ ରେ ଜଣେ ମାଓବାଦୀ ନିହତ ସହ ଘଟଣା ସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

କେକେବିଏନ ମାଓ ସଙ୍ଗଠନ କିଛି ଦିନ ତଳେ ଶେଶାର ଗାଁ, ଦାସୁଙ୍ଗିଆ, ଆଟ୍ରେନଜୀ, ମାଡଙ୍ଗା,ଅଡାଙ୍ଗି ଜଙ୍ଗଲ ରେ ରହିବା ସହ କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ନିଜ କାୟା ବିସ୍ତାର ପାଇଁ ଉଦ୍ୟମ ଜାରୀ ରଖିଥିଲେ।

ବର୍ତ୍ତମାନ ଗୁଳି ବିନିମୟ ଶେଷ ହୋଇଥିବା ବେଳେ ସୁରକ୍ଷା କର୍ମୀ ଜଙ୍ଗଲ ଛାଡ଼ି ଆସିଥିବା ଜଣାପଡିଛି ଓ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ଖବର ମିଳିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।