ସୋର : ୨୬/୧୦/୨୪
ଘର ଆଗରେ ଥିବା ନଈରେ ପଡି ଜଣେ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି।
ଖଇରା ଥାନା ଡ଼ାଲଙ୍ଗ -୨ ପହ୍ଲାସାହି ଗ୍ରାମର ହରିହର ମହାରଣାଙ୍କ ଅଢେ଼ଇ ବର୍ଷର ଝିଅ ଆଦ୍ୟଶା ମହାରଣା ଆଜି ସକାଳେ ଖେଳୁଥିବା ବେଳେ ଘର ନିକଟରେ ଥିବା ନଈରେ ପଡିଯାଇଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମଧ୍ୟାହ୍ନରେ ଆଡ଼ ଡାକ୍ତରଖାନାକୁ ଆଣିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଖଇରା ପୁଲିସ ଡାକ୍ତର ଖାନାରେ ପହଂଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।