ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଙ୍କୁ ତୁମୁଡିବନ୍ଧ ପୋଲିସ ଗିରଫ କରିଛି l
ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ରବିବାର ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତି ବେହେର ଦଳେଇ ଙ୍କୁ କିଛି ଟଙ୍କା ମାଗିଥିଲା। ହେଲେ ମଧୁବତି ଟଙ୍କା ନଦେବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରକାନ୍ତ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ମଧୁବତିଙ୍କ ତଣ୍ଟି କାଟି ଦେଇଥିଲା। ପରେ ପୁଅ ସିପୁନ ବେହେରା ଦଳାଇ ଘରକୁ ଫେରିବା ପରେ ମାଆର ଗଳାକଟା ମୃତଦେହ ଦେଖି ତୁମୁଡିବନ୍ଧ ପୁଲିସ୍ କୁ ଖବର ଦେଇଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ଅଧିକ ଛାନଭିନ୍ ଆରମ୍ଭ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।