ସୋର : ୨୮/୧୦
ବାତ୍ୟା ଦାନା ଛାଡ଼ିବା ପରେ ଦୁର୍ଦଶା ରେ ଦିନ କାଟୁଛନ୍ତି ନଇ କୁଳିଆ ଅଞ୍ଚଳ ର ଲୋକେ। ବନ୍ୟା ଫଳରେ ଜଳବନ୍ଦୀ ରେ ଅନେକ ଗାଁ। ଫଳରେ କିଏ ଗଛ କୁ ସାହାରା କରିଛି ତ କିଏ ସେହି ପାଣି ଘେର ରେ। ନିଦରେ ଶୋଇଛି ପ୍ରଶାସନ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଂଚାୟତ ସୁନାରୀ, ଅସ୍ତବାଙ୍କ, ସାଲମପୁର, ଅଙ୍କୁରଖାର୍ଜୀ, ଚାଉଳି ସବିରା, ପଦନପଡା, ଭଡ୍ରାଗଡ଼ିଆ, ରହଣିଆ, ଡିହ ସବିରା, ବେଲସବିରା ଓ ବ୍ରାହ୍ମଣ ସବିରା, ଘସୁଆ, ବାଣୀଶିଆ ପାଳପୁର ଆଦି ଗାଁ ଏବେ ଜଳାଣ୍ଣବ ଅବସ୍ଥାରେ ଥିବାବେଳେ ଏହି ସବୁ ଗାଁ ବିଛିନ୍ନ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୂଳେ ଗତକାଲି କାଲିଠାରୁ କାଂଶବାଂଶ ନଦୀର ଜଳସ୍ତର ବିପଦ ଶଙ୍କୁଳ ସ୍ତର ପାର ହୋଇଥିବା ବେଳେ ନଦୀ କୂଳିଆ ଲୋକେ ଭୟବିତ ଅବସ୍ଥାରେ ଅଛନ୍ତି।
ମାତ୍ର ପ୍ରଶାସନ ପକ୍ଷରୁ ଏହି ଅଂଚଳର ଲୋକମାନଙ୍କୁ କୌଣସି ସୁବିଧା ଯୋଗାଇଦିଆଯାଇନାହିଁ। ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଏପରିକି ଅନେକ ଲୋକଙ୍କ ଘରେ ଏବେବି ଗଛ ପଡିରହିଥିବା ବେଳେ ପ୍ରଶାସନ ଗଛ କାଟି ବାରେ ନୀରବତା ଦେଖାଇଛି। ତେବେ ଏହିଭଳି ଅବସ୍ଥାରେ ଲୋକେ ଥିବାବେଳେ ଜରୁରୀ କାଳୀନ ଅବସ୍ଥାରେ ଲୋକେ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ଛୋଟ ଛୋଟ ପିଲା ମାନଙ୍କୁ ନେଇ ଲୋକେ ଭୟବିତ ଅବସ୍ଥାରେ ଥିବା ପ୍ରକାଶ କରିଛନ୍ତି।
ସ୍ଥାନୀୟ ତହସିଲଦାର ଙ୍କୁ ଗତକାଲି ଠାରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ରଖୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଏହାଛଡା ତଦନ୍ତରେ ଆସୁଥିବା ଅଧିକାରୀ ଓ କର୍ମଚାରୀ ମାନେ ରାସ୍ତା ଉପରୁ ଛିଡା ହୋଇ ଚାଲିଯାଉଥିବା ବେଳେ ଉପଯୁକ୍ତ ସ୍ଥାନକୁ ଆସୁନଥିବା କହିଛନ୍ତି ଗ୍ରାମବାସୀ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।