January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ଭୁବନେଶ୍ୱର ।

ଜାତୀୟ ସ୍ତରରେ ମିଳିଛି ଭୁବନେଶ୍ୱରକୁ ସ୍ବତନ୍ତ୍ର ପରିଚୟ । ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ହାତେଇଛି ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ସମ୍ମାନ ।

ଭୁବନେଶ୍ୱର ( ମୋ ଟିଭି ଓଡିଶା ) :

ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ହେଉଛି ଭୁବନେଶ୍ୱର । ଜାତୀୟ ସ୍ତରରେ ମିଳିଛି ଭୁବନେଶ୍ୱରକୁ ସ୍ବତନ୍ତ୍ର ପରିଚୟ । ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ହାତେଇଛି ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ସମ୍ମାନ ।

ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ୧୭ତମ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ୨୦୨୪ର ଉଦଯାପନି ସମାରୋହରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଠାରୁ ଓଡ଼ିଶା ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ମଧ୍ୟ ପୁରସ୍କାର ତଥା ସମ୍ମାନ ଗ୍ରହଣ କରିଛନ୍ତି ।

ତେବେ ସହରରେ ଏବେ ଜନସାଧାରଣ ଯାତାୟତ ଦିଗରେ ମୋ ବସ ଓ ଇ-ରାଇଡ ଭଳି ଅଟୋ ସେବା ଜନସାଧାରଣଙ୍କର ଏକ ପ୍ରକାର ପସନ୍ଦ ପାଲଟିଛି । ନିତିଦିନ ଗମନାଗମନ ପାଇଁ ‘ମୋ ବସ’ ଉପରେ ଅଧିକାଂଶ ଲୋକ ନିର୍ଭର କରୁଛନ୍ତି । କେବଳ ଯେ ଯାତାୟତ ଦିଗରେ ଦୂର ଦୂରାନ୍ତ ସ୍ଥାନ ପାଇଁ କେବଳ ଯେ ‘ବସ’ ସେବାର ନୁହେଁ । ବରଂ ଛୋଟ ଛୋଟ ସ୍ଥାନ ବା ଯେଉଁଠି ଅଟୋ ସୁବିଧା ଭଳି ସୁବିଧା ଥିବା ସ୍ଥାନକୁ ଇ-ରାଇଡ ଅଟୋ ବା ଇ-ରିକ୍ସ ଏକ ଯୁଗାନ୍ତକାରି ପଦକ୍ଷେପ ରୂପ ନେଇଛି । ଏନେଇ ଦୈନଦିନ ଯାତାୟତରେ ଏହା ଜନସାଧାରଣଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଏକ ସୁବିଧାଜନକ ଯାତ୍ରାର ମାଧ୍ୟମ ସାଜିଛି ।

ଖୁବଶୀଘ୍ର ଏନେଇ ପବ୍ଲିକ ଟ୍ରାନ୍ସପୋର୍ଟରେ ଆଉ ଏକ ସୁବିଧା ଯୋଡି ହେବାକୁ ଯାଉଛି । ଯେଉଁଠି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ବ ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାକ୍ସି ଆପ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏନେଇ ଯାତ୍ରୀ ଆପ ଭାବେ ଅନ୍ୟ ଅନଲାଇନ ଟ୍ୟାକ୍ସି ସେବା ଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଏନେଇ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛନ୍ତି । ONDC ଜରିଆରେ ରାଜ୍ୟ ସରକାର ଡ୍ରାଇଭରଙ୍କ ସ୍ବାବଲମ୍ବୀ ଓ ଯାତ୍ରିଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଟ୍ୟାକ୍ସି ପ୍ରଦାନକାରି ସଂସ୍ଥାକୁ ଟକ୍କର ଦେଲା ଭଳି ନିଜସ୍ବ ଓଡ଼ିଶା ଯାତ୍ରି ଟ୍ୟାକ୍ସି ସେବା ଆପ ଲଞ୍ଚ ପାଇଁ ଯୋଜନ ଚାଲିଛି । ଫଳରେ ଓଡିଶାରେ ପ୍ରଥମ ଥର ପାଇଁ ସରକାରୀ ପରିଚାଳିତ ଅନଲାଇନ ଟ୍ୟାକ୍ସି ସେବାର ସୁବିଧା ମିଳିବ‌ । ଫଳରେ ଆଗାମୀ ଦିନରେ ଟ୍ୟାକ୍ସି ପରିଚାଳନା କ୍ଷେତ୍ରରେ ଏକ ଯୁଗାନ୍ତକାରି ପଦକ୍ଷେପ ନେବାକୁ ଯାଉଛି ବୋଲି କ୍ରୁଟ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି‌ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।