ଖୋର୍ଦ୍ଧା : ୨୮/୧୦
ସତ୍ୟ ଓ ଅହିଂସାର ଉପାସକ ଜାତିର ଜନକଙ୍କ ଆଦର୍ଶ ଓ ବିଚାର ବିଶ୍ୱ ସମୁଦାୟ କୁ ଆଜି ମାର୍ଗଦର୍ଶନ ଦେଇଛି। ଏହି ପରିପ୍ରେକ୍ଷୀରେ ନିରାକାରପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।
ଗାନ୍ଧୀ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଡଃ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଅନାବରଣ ଓ ପୁସ୍ତକ ଉନ୍ମୋଚିତ ଦିବସରେ ଅତିଥି ଭାବରେ ନ୍ୟାୟାଧିଷ ମନୋରଞ୍ଜନ ମହାନ୍ତି,କୃଷ୍ଣା ମହାନ୍ତି,ବିରୁପାକ୍ଷ ତ୍ରିପାଠୀ, ରାମଚନ୍ଦ୍ର ମହାପାତ୍ର, ଡଃ ପ୍ରେମାନନ୍ଦ ମହାପାତ୍ର, ଫଣିନ୍ଦ୍ର ଭୂଷଣ ନନ୍ଦ, ଡଃ ଦିବାକର ମାନସିଂ,ଡଃ ବେଣୁଧର ଦାଶ,ଡଃ ମୃତ୍ୟୁଜଂୟ ରଥ ପ୍ରମୁଖ ଯୋଗଦେଇଥିଲେ।
ଯାବତ ଚନ୍ଦ୍ରାର୍କେ ଗାନ୍ଧୀ ବିଚାର ପ୍ରାସଙ୍ଗିକ ହୋଇ ରହିଥିବ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣରେ ବିଶିଷ୍ଟ ଅତିଥି ମାନେ ମତପ୍ରକାଶ କରିଛନ୍ତି। ବିଶିଷ୍ଟ ସାରସ୍ୱତ ସାଧକ ଡଃ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇଟି ପୁସ୍ତକ ଦେବଦୂତ ମହାତ୍ମାଗାନ୍ଧୀ ଓ କଳ୍ପତରୁ କଲ୍ଲୋଳର ଲୋକାର୍ପଣ ହୋଇଛି।ପୁସ୍ତକ ଦୁଇଟିକୁ ପାଠକାର୍ପଣ କରି ଅତିଥି ଗଣ ଶ୍ରୀ ଦାଶଙ୍କ ସୂଜନୀର ପ୍ରଶଂସା କରିଥିଲେ।ଶେଷର ଗାନ୍ଧୀ ପ୍ରତିଷ୍ଠାନ ପକ୍ଷରୁ ୨୦ଜଣ ଅସହାୟ ଓ ଗରିବ ନିସ୍ପେଶିତ ଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।