ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରିଆ ) :୨୯/୧୦ :
ମଙ୍ଗଳବାର ଦିନ ୧୧ ଟା ସମୟ ରାଜପୁର ଲ୍ୟାମ୍ପ ପରିସରରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ବୀମା ରାଶି ଚେକ୍ ପ୍ରଦାନ କରାଯାଇଛି l
ରାଜପୁର ଲ୍ୟାମ୍ପସ୍ ରେ କୁଲବା ଗ୍ରାମର ସ୍ବର୍ଗତ ରିକାଶ ନାଏକ ନାମକ ଜଣେ ଚାଷୀ କିଶlନ କ୍ରେଡିଟ ଲୋନ କରିଥିଲେ ଏବଂ ଜନତା ପରସନlଲ ଏକ୍ସସିଡେଣ୍ଟ ପଲିସିରେ ଗତ ବର୍ଷ ୬୨ ଟଙ୍କା ଜମା ଦେଇ ବୀମା ଭୁକ୍ତ କରିଥିଲେ l ହେଲେ ଦୁର୍ଭାଗ୍ୟ ବଶତଃ ଗତ ତା ୧୩/୧୨/୨୦୨୩ ରିଖ ଦିନ ଏକ ଗାଡ଼ି ଧକ୍କାରେ ରିକlଶ ମୃତ୍ୟୁ ବରଣ କରିଥିଲେ l
ଆଜି ରାଜପୁର ଲ୍ୟାମ୍ପସ୍ ପରିସରରେ ମୁଖ୍ୟ ଅତିଥି ଭlବେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ସହ ମ୍ୟାନେଜର ଅଶୋକ କୁମାର ପଶାୟତ, ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ପଣ୍ଡା, ବୋର୍ଡ ସଭ୍ୟ ପଞ୍ଚl ବlର୍ଲା, ରାଜପୁର ଲ୍ୟlମ୍ପ ସଭାପତି ନିଆଲି କୁଜୁର ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଓରାମ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ନାଏକଙ୍କ ବାପା ଗୋଲେଖ ବିହାରୀ ନାଏକ ଓ ମାତା ସପ୍ତସିନି ନାଏକଙ୍କୁ ୪୦୦୦୦୦/–( ଚାରି ଲକ୍ଷ)ଟଙ୍କାର ଏକ ବୀମା ରାଶି ଚେକ୍ ପ୍ରଦାନ କରିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।