February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ଓଡ଼ିଶା ର ୧୯୯୯ ମହାବାତ୍ୟା କୁ ଆଜି ୨୫ ବର୍ଷ ପୂର୍ତ୍ତ ହୋଇଛି। ଏହି ଦିବସ କୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଇଥାଏ।

ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ )୨୯/୧୦/୨୪:

ଓଡ଼ିଶା ର ୧୯୯୯ ମହାବାତ୍ୟା କୁ ଆଜି ୨୫ ବର୍ଷ ପୂର୍ତ୍ତ ହୋଇଛି। ଏହି ଦିବସ କୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଇଥାଏ।


ଏହି ଅବସର ରେ ଆଜି ସକାଳେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ମଧ୍ୟରେ ପରିକ୍ରମା କରିଥିଲା। ପରେ ପରେ କିରେଇ ସ୍ଥିତ ଅନ୍ୱେଷା ହଷ୍ଟେଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଡେପୁଟି କଲେକ୍ଟର ( ଆପାତକାଳୀନ) ସ୍ମୃତି ସୌମ୍ୟା ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଡେପୁଟି କଲେକ୍ଟର ତୃପ୍ତି ଦାସ , ସଲମା ମାଝୀ, ଅଗ୍ନିଶମ ଅଧିକାରୀ ଶ୍ରୀ ଅଜୟ ବରଦା ଉପସ୍ଥିତ ରହି କୌଣସି ପ୍ରାକୃତିକ ବିପର୍ଯ୍ୟୟ ର ପରିଚାଳନା କିଭଳି କରିବା, ବିପର୍ଯ୍ୟୟ ସମୟ ରେ କିଭଳି ଭାବେ ଧର୍ଯ୍ୟଚ୍ୟୁତ ନ ହୋଇ ଜଟିଳ ପରିସ୍ଥିତି ର କିଭଳି ଭାବେ ସାମ୍ନା କରିବା ଆଦି ଉପରେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

ସେହିଭଳି ବିପର୍ଯ୍ୟୟ ପରିସ୍ଥିତି ସଂପର୍କ ରେ ଆଗୁଆ ସୂଚନା ର ଆଦାନ ପ୍ରଦାନ, ପ୍ରାକ୍ ପ୍ରସ୍ତୁତି ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭଳି ବିପର୍ଯ୍ୟୟ ନେଇ ସମସ୍ତେ କିଭଳି ଭାବେ ସଚେତନ ହୋଇ ସତର୍କତା ଅବଲମ୍ବନ କରିବେ ତାହା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ରେ ଏହି ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଉପରେ ବିଭିନ୍ନ ଉପକରଣ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିପର୍ଯ୍ୟୟ ସମୟ ରେ ଗଛ ଡାଳ ଆଦି ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲେ ତାହାକୁ ମେସିନ ଦ୍ଵାରା କିଭଳି ସଫା କରିବା, ପାଣି ରେ ବୁଡି ଯାଇଥିଲେ କିଭଳି ଉଦ୍ଧାର କରିବା, କୌଣସି ସ୍ଥାନରେ ନିଆଁ ଲାଗି ଯାଇଥିଲେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଏ ଆଦି ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା।

ସେହିଭଳି ଏହି ସବୁ କାର୍ଯ୍ୟ ରେ ଲାଗୁଥିବା ବିଭିନ୍ନ ଉପକରଣ ଆଦି କୁ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦର୍ଶିତ କରାଯାଇଥିଲା ଏବଂ ସେଗୁଡିକର ବ୍ୟବହାର ସମ୍ପର୍କରେ ସେମାନଙ୍କୁ ବୁଝା ଯାଇଥିଲା । କାର୍ଯ୍ୟକ୍ରମ କୁ ବିଶ୍ଵ ରଞ୍ଜନ ସାହୁ ସଂଯୋଜନା କରିଥିଲେ ଏବଂ ସୁଜାତା ତିର୍କି ଧନ୍ୟବାଦ୍ ଅର୍ପଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।