ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ) : ୩୦/୧୦/୨୦୨୪
କରମ ଡିହି ଗ୍ରାମ ପଞ୍ଚାୟତ ସମ୍ମୁଖ ଗୀତା ପଡ଼ାରେ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ହତ୍ୟାକାରୀ ଫେରାର, ପୋଲିସର ତଦନ୍ତ ଜାରି l
ଗତ ରାତି ପ୍ରାୟ 12:30 ସମୟରେ ପୋଲିସର ବହୁ ସଂଖ୍ୟକ ଗାଡ଼ି ପହଞ୍ଚିବାରୁ ଲୋକେ ଘଟଣା ଜାଣିବା ପରେ ଗଣ ମାଧ୍ୟମକୁ ଜଣାଇ ଥିଲେ। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ସମ୍ମୁଖ ଗୀତା ପଡ଼ାରେ ଘଟିଛି ଏହି ସିରିଜ୍ ନର ସଂହାର। କେହି ବା କେତେଜଣ ଏହି କାଣ୍ଡ ଭିଆଇ ଫେରାର ମାରିଛନ୍ତି।

ପାଞ୍ଚ ଜଣ ବନଞ୍ଜରାଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ତିନି ଜଣ ମହିଳା ଅଛନ୍ତି । ସମସ୍ତଙ୍କ ବୟସ 25 ରୁ 45 ମଧ୍ୟରେ ହୋଇଥବା କଥା ଅନୁମାନ କରିଛି ପୋଲିସ । ଏହି ଘଟଣା 29 ତାରିଖ ରାତି ପ୍ରାୟ 11ଟା ପାଖାପାଖି ଘଟିଥିବା କଥା ସନ୍ଧେହ କରଛି ପୋଲିସ।

ଘଟଣାର ସୂଚନା ପାଇବାପରେ ଏସ ପି ପ୍ରତ୍ୟୁଷ ଦିବାକର, ସଦର ଏସ ଡି ପି ଓ ହିମାଂଶୁ ଭୂଷଣ ବେହେରା, ଟାଉନ ଥାନା ଅଧିକାରୀ , ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଳାର ସମସ୍ତ ସୀମାନ୍ତ ଅଞ୍ଚଳକୁ ନକାବନ୍ଦି କରାଯାଇଛି । ଏହାସହ ବିଜୁ ଏକ୍ସ ପ୍ରେସ ୱେ ଦେଇ ଯାଉଥିବା ସମସ୍ତ ଯାନ କୁ ଯାଞ୍ଚ କରିବା ପାଇଁ ଏସ ପି କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।