ଖୋର୍ଦ୍ଧା ( ଜଙ୍କିଆ ) :
ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅଂଚଳରେ ଦିନକୁ ଦିନ ଚୋରୀ, ଡକୟତି, ରାହାଜାନି ଭଳି ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି। ବିଳମ୍ବିତ ରାତିରେ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମପଞ୍ଚାୟତ କାୟା ଓ ସୁବଳପାଟଣା ଗ୍ରାମର ଦୁର୍ଗାଚରଣ ପ୍ରଧାନ ଓ ମମତା ମାର୍ଥାଙ୍କ ଘର ଝରକା ତାଡି ଘରେ ପଶି ସୁନାଗହଣା, ଟଙ୍କା ପଇସା ଲୁଟି ନେଇଛନ୍ତି ଲୁଟେରା।
ଦୁର୍ଗାଚରଣ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିଲା ବେଳେ ଲୁଟେରା ମାନେ ଝରକା ତାଡି ଘରେ ପଶି ଉଭୟଙ୍କୁ ବାହାର ପଟୁ ବନ୍ଦ କରି ଘରେ ଥିବା ଗଦରେଜ ଭାଗିଂ ସେଥିରେ ଥିବା ହାର, ଚେନ, ମୁଦି ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ସେହିପରି ଲୁଟେରା ମାନେ ମମତା ମାର୍ଥାଙ୍କ ଘରେ ପଶି ଘର ଗ୍ରୀଲ କାଟି ଘରେ ଝିଅ ବାହାଘର ନିମନ୍ତେ ରଖିଥିବା ସମସ୍ତ ସୁନାଗହଣା, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କର ସଂମ୍ପତ୍ତି ଲୁଟି ନେଇଛନ୍ତି ଲୁଟେରା।
ଏନେଇ ଲୁଟର ହୋଇଥିବା ପିଡୀତ ପରିବାର ପକ୍ଷରୁ ଜଂକିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ହେଲେ ଲୁଟେରା ମାନଙ୍କ ଟେର ପାଇନାହିଁ ପୋଲିସ। ପୋଲିସର ଢିଲା ପେଟ୍ରୋଲିଂ ଯୋଗୁଁ ଲୁଟ, ରାହାଜାନି ବଢିବାରେ ଲାଗିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।