November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଳୀ ପୁଜା ଏବଂ ଉର୍ତ୍ସ ମହୋତ୍ସବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରା ସୁବିଧା :

ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ଚାରୋଟି ଟ୍ରେନର ସାମୟିକ ରହଣି ବ୍ୟବସ୍ଥା, ସାମୟିକ ଭାବେ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି | ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନର ରହଣି ପ୍ରଦାନ କରିବା ଏବଂ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି
Advertisement

ଭୁବନେଶ୍ୱର :

Advertisement

ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ଚାରୋଟି ଟ୍ରେନର ସାମୟିକ ରହଣି ବ୍ୟବସ୍ଥା, ସାମୟିକ ଭାବେ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି | ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନର ରହଣି ପ୍ରଦାନ କରିବା ଏବଂ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

ସାମୟିକ ରହଣି ବ୍ୟବସ୍ଥା:

12892/12891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ, 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ, 12822/12821 ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ 18046/18045 ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ ଗୁଡିକର କେନ୍ଦୁଆପଦା ଷ୍ଟେସନ ଠାରେ 8 ଓ 9 ନଭେମ୍ବର 2024 ଦିନ କେନ୍ଦୁଆପଦା ଷ୍ଟେସସନ ଠାରେ ସାମୟିକ ରହଣି ବ୍ୟବସ୍ଥା କରାଯାଇଅଛି |

କେନ୍ଦୁଆପଦା ଠାରେ ରହଣି ସମୟ ବୃଦ୍ଧି ବ୍ୟବସ୍ଥା:

18022/18021 ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ, 18038/18037 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗ୍ପୁର- ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, 08556/08555 ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ ବିଶେଷ ଟ୍ରେନ, 08412/08411 ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ବିଶେଷ ଟ୍ରେନ, 08416/08415 ପୁରୀ-ଜଳେଶ୍ୱର-ପୁରୀ ମେମୁ ବିଶେଷ ଟ୍ରେନ, 08454/08453 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ ଏବଂ 08438/08437 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ 8 ଓ 9 ନଭେମ୍ବର 2024 ଦିନ କେନ୍ଦୁଆପଦା ଷ୍ଟେସନ ଠାରେ ସାମୟିକ ଭାବରେ 02 ମିନିଟ୍ ପରିବର୍ତ୍ତେ 05 ମିନିଟ୍ ରହଣି ଦେବାକୁ ନିଷ୍ପତ୍ତି ନିଆଯାଇଅଛି |

Advertisement

Latest news