ଖୋର୍ଦ୍ଧା : ୨୮/୦୪ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ଧର୍ମପ୍ରାଣ ମହିଳା ସମାଜସେବୀ ସୁଗୃହିଣୀ ସ୍ୱର୍ଗତ ସୁହାସିନୀ ତ୍ରିପାଠୀଙ୍କ ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି।ଆଜି ତାଙ୍କର ନିରାକାରପୁର ବାସଭବନରେ ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଥିଲା ବେଳେ ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ସ୍ମରଣିକା ସ୍ମୃତି ଦର୍ପଣ ଉନ୍ମୋଚିତ ହୋଇଥିଲା।

ଆଜି ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକ ରେ ଅତିଥି ଭାବରେ ଯୋଗଦେଇଥିଲେ ଶ୍ରୀରାମ ଦୟା ପରିଷଦର ସଂମ୍ପାଦକ ଗଗାଂଧର ତ୍ରିପାଠୀ, ଶିକ୍ଷାବିତ ରମାକାନ୍ତ ପୁରୋହିତ,ଶିକ୍ଷାବିତ ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ସ୍ୱର୍ଗତ ସୁହାସିନୀ ସ୍ମୃତି ଉଦ୍ଦେଶ୍ୟରେ ପରିବାରର ସଦସ୍ୟ ଆତ୍ମିୟ ସ୍ୱଜନ ଓ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ୱର୍ଗତ ସୁହାସିନୀ ଜଣେ ମିଷ୍ଟଭାଷୀ,ମେଳାପି ସୁଗୃହିଣୀ ଭାବରେ ବେଶ ପରିଚିତ ଥିଲେ।ତାଙ୍କର ସାତ ପୁଅ ଓ ଗୋଟିଏ ଝିଅ ଓ ପରିବାରର ସମସ୍ତ ସଦସ୍ୟ ସ୍ମୁତିଚାରଣ ସଭାରେ ଉପସ୍ଥିତ ରହିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ