MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶାକୁ ମାଡ଼ି ଆସୁଛି ବିପଦ; ନଭେମ୍ୱରରେ ଆସୁଛି ଆଉ ଏକ ବଡ଼ ବାତ୍ୟା !

ବାତ୍ୟା ଦାନାର କ୍ଷତଚିହ୍ନ ଲିଭିନଥିବା ବେଳେ ପୁଣି ଓଡ଼ିଶାକୁ ଡରାଇଲାଣି ଆଉ ଏକ ବାତ୍ୟା । ତାହା ପୁଣି ଆଗାମୀ ନଭେମ୍ବରରେ ।

ଭୁବନେଶ୍ୱର ( ମୋ ଟିଭି ଓଡିଶା )

ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । ବାତ୍ୟା ଦାନାର କ୍ଷତଚିହ୍ନ ଲିଭିନଥିବା ବେଳେ ପୁଣି ଓଡ଼ିଶାକୁ ଡରାଇଲାଣି ଆଉ ଏକ ବାତ୍ୟା । ତାହା ପୁଣି ଆଗାମୀ ନଭେମ୍ବରରେ । ଯାହାକୁ ନେଇ ଓଡ଼ିଶାବାସୀଙ୍କ ଚିନ୍ତା ପୁଣି ବଢିଯାଇଛି ।

ନଭେମ୍ବର ମାସ ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା ନେଇ IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟରେ ଆକଳନ କରାଯାଉଛି । ତେବେ ଏହା ଘନୀଭୂତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ କ’ଣ କହୁଛନ୍ତି, ଆସନ୍ତୁ ନଜର ପକାଇବା ।

ଭାରତୀୟ ପାଣିପାଗ ବିଭାଗର ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟରେ, ଏହି କଥା କୁହାଯାଇଛି । ଦକ୍ଷିଣ ବଙ୍ଗୋପସାଗରରେ ଏଭଳି ଏକ ସିଷ୍ଟମ ରୂପ ନେଇପାରେ । ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ପରିବର୍ଦ୍ଧିତ ପାଣିପାଗ ଆକଳନରେ କୁହାଯାଇଛି । ବାତ୍ୟା ଦାନା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ଆକଳନ, ଚିନ୍ତା ବଢ଼ାଇଦେଇଛି । ତେବେ ଏହା ପରବର୍ତ୍ତୀ ସମୟରେ ଘନିଭୂତ ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ ।

ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଆଡ଼େ ଏଭଳି ଏକ ସିଷ୍ଟମ ରୂପ ନେଇପାରେ ।

ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।