ମୋ ଟିଭି ଓଡିଶା ବ୍ୟୁରୋ :
ପ୍ରଥମ ଥର ଜିଲ୍ଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ‘ବଲାଙ୍ଗୀର ଦିନ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କାର୍ଯ୍ୟକ୍ରମ ରହିଛି । ପହଞ୍ଚିବା ପରେ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିସ୍ତୃତ ବିବରଣୀ ଦେଇଥିଲେ। ସେ ବେଲାପଡ଼ାରେ ଏକ ସାଧାରଣ ସଭାରେ ଉଦବୋଧନ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬୨୧ କୋଟି ଟଙ୍କା ବ୍ୟୟରେ ମୋଟ ୨୭ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି l ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ମୋହନ ମାଝୀଙ୍କ ପ୍ରଥମ ଥର ବଲାଙ୍ଗୀ ଗସ୍ତ ।

ସୂଚନା ଅନୁସାରେ, ତୁଷୁରାରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପ ପାଇଁ ୬୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଥିବା ଜଣାପଡ଼ିଛି। ସେହିପରି ବଲାଙ୍ଗୀର ଜିଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଏହାଦ୍ଵାରା ବେଲପଡ଼ା ବ୍ଲକର ୬ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବ। ୨୪୯୫ ମିଟର ଡ୍ୟାମ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଡ୍ୟାମରୁ ୨୧୦ କିଲୋଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପରେ ସେ ପାଟଣାଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ପାଟଣାଗଡ଼ ବାଇପାସ୍, ଉପଖଣ୍ଡ ହସ୍ପିଟାଲ ସହ ପ୍ରାୟ 50ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଆସି ନୂତନ ସର୍କିଟ ହାଉସ ଉଦଘାଟନ କରିବା ପରେ ‘ବଲାଙ୍ଗୀର ଦିନ’ ଓ ଦୀପାବଳି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେ । ସବୁ କାର୍ଯ୍ୟକ୍ରମ ସରିବା ପରେ ବଲାଙ୍ଗୀର ସର୍କିଟ ହାଉସରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି (ରବିବାର) ପୂର୍ବାହ୍ନ 11 ଟା ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।