କଳାହାଣ୍ଡି:୨୯/୦୪ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ନନ୍ଦ ଗାଁ ଛକ ନିକଟରେ ସୋମବାର ସକାଳ ୧୦ ଟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି।ଏଥିରେ।ବାଇକ ରେ ଥିବା ଜଣେ ମହିଳା ଗୁରୁତର ଥିବା ଦେଖିବାକୁ ମିଳଥିଲା।

ସୂଚନା ଯେ ନନ୍ଦଗାଁ ଭିର୍କାପଡା ର ଅଷ୍ଟମୀ ଗୋପାଳ ନିଜ ସମ୍ପର୍କୀୟ ସହିତ ବାଇକ ଯୋଗେ ଧର୍ମଗଡ ଆସୁଥିବା ବେଳେ ନନ୍ଦଗାଁ ଠାରେ ପର୍ଲା ଗ୍ରାମର ଜଣେ ବାଇକ ପଛପଟୁ ଧକ୍କା ଦେବାରୁ ମହିଳା ଗୁରୁତର ଥିବା ଜଣାପଡିଛି. ଦୁର୍ଘଟଣା ହେବାରୁ ଅଞ୍ଚଳବାସୀ ଘଟଣା ସ୍ଥଳ କୁ ପହଞ୍ଚି।୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରି ଚିକିତ୍ସିତ କରିଥିଲେ। ଦୁର୍ଘଟଣା ହେବା ଫଳରେ ମୁଣ୍ଡ ଫାଟି ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ଗୁରୁତର ଥିବା ଯୋଗୁଁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ