ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଶିକ୍ଷା ସର୍କଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିଆପଡା ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା।
ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କରିଛନ୍ତି ଦୁର୍ବ୍ୟବହାର ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି କରିଛନ୍ତି ପ୍ରତିବାଦ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି ଦାବି। ସୂଚନାରୁ ଜଣାପଡିଛି ଗତ କାଲି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଆସିଥିଲେ ସେହି ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ହର୍ଷମଣୀ ପରୀଡା ବିଦ୍ୟାଳୟରେ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟ ର ୧୦୦୦ଟଙ୍କା ଅନ୍ୟମନସ୍କ ହୋଇ କେଉଁଠାରେ ରଖିଦେଇଥିଲେ । ପ୍ରଧାନଶିକ୍ଷୟତ୍ରୀ ଟଙ୍କା ଚୋରି ହୋଇଥିବା ସନ୍ଦେହ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ଉପରେ।
ବିଦ୍ୟାଳୟ ୪ଟା ସମୟରେ ଛୁଟି ହେବା ୫ଟା ପର୍ଯ୍ୟନ୍ତ ପରେ ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟର ମୂଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ଅଟ ରଖି ଖେଳ ପଡିଆରେ ୫ମ ଶ୍ରେଣୀ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଲଗଂଳା କରି ଚେକ କରିଥିଲେ।ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ମାନେ ଘରକୁ ଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ପ୍ରଧାନଶିକ୍ଷୟତ୍ରୀଙ୍କ କାରନାମା ସଂମ୍ପର୍କରେ କହିଥିଲେ। ଆଜି ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ପହଞ୍ଚି ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରିବାରେ ସେ ନିଜର ଭୁଲ ସ୍ୱକାର କରିନଥିଲେ ଓଲଟି ଧମକ ଚମକ ଦେଇଥିଲେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀଙ୍କୁ ଘଟଣା ସଂମ୍ପର୍କରେ ପଚାରିବାରେ ସେ କହିଥିଲେ କେତେ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ଆଲମାରୀ ଖୋଲି ଟଙ୍କା ନେଇଥିଲେ ଏବଂ ସେ ପିଲା ମାନଙ୍କୁ ଧମକ ଚମକ ଦେଇଥିଲେ ପିଲା ମାନଙ୍କୁ ଲଗଂଳା କରିଥିବା କଥା ନିଜେ ମାନିଥିଲେ। ଖବର ପାଇ ଟାଗିଂ ଶିକ୍ଷା ସର୍କଲ ଅତିରିକ୍ତ ଶିକ୍ଷାଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଛନ୍ତି।
ଟାଗିଂ ବ୍ଲକ ଶିକ୍ଷା ସର୍କଲ ଅତିରିକ୍ତ ଶିକ୍ଷାଧିକାରୀ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିବା ପରେ ବିବାଦର ସମାଧାନ ହୋଇଛି। ବିବାଦୀୟ ପ୍ରଧାନଶିକ୍ଷୟତ୍ରୀଙ୍କୁ ୩ଦିନ ମଧ୍ୟରେ ଅନ୍ୟତ୍ର ବଦଳି କରିବାକୁ ପ୍ରତିଶ୍ରୁତି ଓ ବିବାଦୀୟ ପ୍ରଧାନ ଶିକ୍ଷୟତ୍ରୀ ତିନିଦିନ ଛୁଟିରେ ରହିବେ ସେହି ତିନିଦିନ ମଧ୍ୟରେ ଅନ୍ୟ ଜଣଙ୍କୁ ଉକ୍ତ ବିଦ୍ୟାଳୟରେ ନୂତନ ଭାବରେ ନିଯୁକ୍ତି କରାଯିବ ବୋଲି ଜଣାଇଛନ୍ତି। ଅତିରିକ୍ତ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟରୁ ଛୁଟି ଦରଖାସ୍ତ କରି ବିଦାୟ ନେଇଛନ୍ତି।
More Stories
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ।